ବାଲିଯାତ୍ରାକୁ ଜାତୀୟ ମହୋତ୍ସବ ମାନ୍ୟତା ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ୟ୍ୟଟନ ବିଭାଗକୁ ଚିଠି ଲେଖିôଲେ ମୁଖ୍ୟମନ୍ତ୍ରୀ

ସମୟ ଲାଇଭ,୧୩/୧୧:ଓଡିଶା ନୌବାଣିଜ୍ୟ କାରବାରର ପ୍ରତୀକ ହେଉଛି ବାଲିଯାତ୍ରା । କଟକର ଐତିହାସିକ ବାଲିଯାତ୍ରାକୁ ବିଶ୍ୱସ୍ତରୀୟ କରିବା ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ୟ୍ୟଟନ ବିଭାଗକୁ ଚିଠି ଲେଖି ଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେଉଁ ଆବାହମାନ କାଳରୁ କଟକରେ ହେଇଆସୁଛି ବାଲିଯାତ୍ରା। ଓଡ଼ିଆ ଜାତିର ସଂସ୍କୃିତି ଓ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ପ୍ରତିବର୍ଷ କଟକରେ ହୋଇ ଆସୁଛି ବାଲିଯାତ୍ରା। ଓଡ଼ିଆ ସାଧବ ପୁଅଙ୍କ ଗୌରବର ଗାଥା କହିଥାଏ ଏହି ଉତ୍ସବ । ଅତୀତରେ ଓଡ଼ିଆ ସାଧାବପୁଅ ବାଲି, ଯାଭା, ସୁମାତ୍ରା, ବର୍ଣ୍ଣିଓ ପ୍ରଭୃତି ଦୀପକୁ ଯାଇ ନୌବାଣିଜ୍ୟ କରିବା ସହିତ ରାଜ୍ୟର ସାଂସ୍କୃତିକ ସଂପର୍କକୁ ମଜଭୁତ କରୁଥିଲେ । ତେଣୁ ବାଲିଯାତ୍ରାର ସାମାଜିକ ଓ ସାଂସ୍କୃତିକ ଗୁରୁତ୍ୱକୁ ଉପଲବ୍ଧି କରି ଏହାକୁ ନ୍ୟାସନାଲ୍ ମେରିଟାଇମ୍ ହେରିଟେଜ୍ ଫେଷ୍ଟିଭାଲ୍ ( ଜାତୀୟ ସାମୁଦ୍ରିକ ଐତିହ ମହୋତ୍ସବ) ମାନ୍ୟତା ଦେବାକୁ କେନ୍ଦ୍ର ସଂସ୍କୃତି ଓ ପର୍ୟ୍ୟଟନ ମନ୍ତ୍ରୀଙ୍କ ପାଖରେ ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Comments are closed.