ରାଜ୍ୟରେ ୫୧ ଲକ୍ଷ ୫୨୯୦ ଜଣ ଚାଷୀ ପାଇଛନ୍ତି କାଳିଆ ଟଙ୍କା : ଅରୁଣ ସାହୁ

ସମୟ ଲାଇଭ,୧୩/୧୧:ବିଧାନସଭାର ଶୀତକାଳୀନ ଅଧିବେସନ ଆରମ୍ଭ ହୋଇଯାଇଛି। ସରକାରଙ୍କ କାଳିଆ ଯୋଜୋନାରେ ରାଜ୍ୟରେ ୫୧ ଲକ୍ଷ ୫୨୯୦ ଜଣ ଚାଷୀ ପାଇଛନ୍ତି କାଳିଆ ଟଙ୍କା। ଏହି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ। ବିଧାୟକ ତାରା ବାହୀନିପତି,ଅଶ୍ୱିନ ପାତ୍ର ଓ ଅନନ୍ତ ଜେନାଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମନ୍ତ୍ରୀ ଅରୁଣ ସାହୁ। କାଳିଆ ଯୋଜନାରେ ଏଯାବତ ମୋଟ ୫୧ ଲକ୍ଷ ୫୨୯୦ ଜଣ ଚାଷୀଙ୍କୁ ଟଙ୍କା ମିଳିଛି। ପତ୍ୟେକ ୫ ହଜାର ହିସାବରେ ୨୫୫୨,୬୪, ୫୦, ୦୦ ଟଙ୍କା ମିଳିଛି। ୫୧ ଲକ୍ଷ ୫ ହଜାର ୨୯୦ ଜଣ ହିତାଧିକାରଙ୍କ ମଧ୍ୟରୁ ୪୫, ୯୬୫ ଜଣ ଅଯୋଗ୍ୟ ବୋଲି ଶ୍ରୀ ସାହୁ ତଥ୍ୟ ଦେଇଛନ୍ତି। ତେବେ ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଟଙ୍କା ଫେରସ୍ତ ପାଇଁ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି।

Comments are closed.