ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପାଇବେ ଇଟାଲିୟାନ ଗୋଲ୍ଡେନ ଆୱାର୍ଡ

ସମୟ ଲାଇଭ,୧/୧୧: ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଟାଲିୟାନ ଗୋଲ୍ଡେନ ଆୱାର୍ଡ ପାଇଁ ମନୋନୀତ ହୋଇଛନ୍ତି। ତାଙ୍କର ଚୟନ ପ୍ରତିଷ୍ଠିତ ‘ଇଟାଲିୟନ ଗୋଲ୍ଡେନ ସାଣ୍ଡ୍ ଆର୍ଟ ଆୱାର୍ଡ଼ ୨୦୧୯’ ପାଇଁ ହୋଇଛି। ନଭେମ୍ବର ୧୩ରୁ ୧୮ ଭିତରେ ଇଟାଲିରେ ହେବାକୁ ଥିବା ‘ଅନ୍ତର୍ଜାତୀୟ ସ୍କୋରାନା ନେଟିଭିଟି’ କାର୍ୟ୍ୟକ୍ରମରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ସୁଦର୍ଶନ କହିଛନ୍ତି ଯେ ତାଙ୍କୁ ‘ପ୍ରୋମୁଓଭି ସ୍କୋରାନା’ର ଅଧକ୍ଷ ଭିତୋ ମାରାଶିଓଙ୍କ ତରଫରୁ ଏକ ଚିଠି ମିଳିଥିଲା, ଯେଉଁଥିରେ ଏହି ସମ୍ମାନ ପାଇଁ ତାଙ୍କର ଚୟନ ହୋଇଥିବା ସୂଚନା ଦିଆଯାଇଥିଲା। ଏନେଇ ନିଜ ଖୁସି ବ୍ୟକ୍ତ କରି ସୁଦର୍ଶନ କହିଛନ୍ତି, ମୁଁ ଏହା ଜାଣି ବହୁତ ଖୁସି ଯେ ମୁଁ ଏହି ପୁରସ୍କାର ପାଇଁ ମନୋନିତ ହୋଇଛି। ଏହି ସମାରୋହର ଅଂଶ ହୋଇ ମୁଁ ଅନେକ ଗର୍ବ ଅନୁଭବ କରୁଛି।

Launching Ceremony of “AYUSHMAN BHARAT

Comments are closed.