ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇଲେ ଏଫଆଈଏଚ ପ୍ରେସିଡ଼େଣ୍ଟସ ପୁରଷ୍କାର

ସମୟ ଲାଇଭ, ୩/୧୧: ୨୦୧୮ ମସିହାର ହକି ବିଶ୍ଵକପ ହେଉ କିମ୍ବା ଅଲମ୍ପିକ୍ସ ପାଇଁ ଆଜିର ପ୍ରସ୍ତୁତି ସବୁଥିରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିଛି ୲ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌)ଟରଫରୁ ଓଡ଼ିଶା ସରକାରଙ୍କୁ ମିଳିଛି ସମ୍ମାନଜନକ ପୁରସ୍କାର। ଏଫ୍‍ଆଇଏଚ୍‍ ପ୍ରେସିଡେଣ୍ଟ୍‌ସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ୲ ଶନିବାର ଭାରତ ଓ ଆମେରିକା ମଧ୍ୟରେ ଖେଳା ଯାଇଥିବା ଅଲିମ୍ପିକ୍‍ସ ଯୋଗ୍ୟତା ମ୍ୟାଚକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶେଷ ଅଧଘଣ୍ଟା ଦେଖିଥିଲେ। ଖେଳ ସରିବାପରେ ଏଫ୍‍ଆଇଏଚ୍‌ ନରିନ୍ଦ୍ରର ବାତ୍ରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଫ୍‍ଆଇଏଚ ପ୍ରେସିଡେଣ୍ଟ୍‌ସ ପୁରସ୍କାର ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ, ପୁରୁଷ ବିଶ୍ୱକପ ହକି, ଚମ୍ପିଆନ୍‌ସ ଟ୍ରଫି, ଏଫ୍‍ଆଇଏଚ୍‍ ବିଶ୍ୱ ହକି ଲିଗ୍‍ ଫାଇନାଲସ୍‍ ଭଳି ପ୍ରତିଯୋଗିତାକୁ ସଫଳତାର ସହିତ ଆୟୋଜନ କରିଥିବାରୁ ୨୦୧୮ରେ ଏଫ୍‍ଆଇଏଚ୍‍ ପକ୍ଷରୁ ଓଡ଼ିଶା ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଫ୍‍ଆଇଏଚ୍‍ ପ୍ରେସିଡେଣ୍ଟ୍‌ସ ପୁରସ୍କାର ଲାଗି ମନୋନୀତ କରା ଯାଇଥିଲା।

Comments are closed.