କୁକୁର ପୋଷିବାର ଲାଭ

ସାଧାରଣତଃ ଅଧିକାଂଶ ପଶୁପ୍ରେମୀ ଘରେ କୁକୁର କିମ୍ବା ବିଲେଇ ପାଳିବାକୁ ପସନ୍ଦ କରିଥାନ୍ତି । ହେଲେ ରିସର୍ଚ୍ଚରୁ ଜଣାପଡ଼ିଛି ଯେ କୁକୁର ପାଳୁଥିବା ବ୍ୟକ୍ତିଙ୍କର ହୃଦଘାତ ଆଶଙ୍କା କମ୍‌ ହୋଇଯାଇଥାଏ । କୁକୁର ପୋଷିବା ଦ୍ୱାରା ୨୨ ପ୍ରତିଶତ ହୃଦଘାତ ଜନିତ ମୃତୁ୍ୟ ଆଶଙ୍କା କମିଯାଇଥାଏ ବୋଲି ରିସର୍ଚ୍ଚରେ ଉଲ୍ଲେଖ ରହିଛି ।

 କୁକୁର ପୋଷିବାର ଲାଭ

କେବଳ ହାର୍ଟ ଆଟାକ୍‌ ନୁହେଁ ଲୋକମାନଙ୍କ ହୃଦୟ ସମ୍ବନ୍ଧିତ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା କମିଯାଇଥାଏ । ଏହାସହ କୁକୁର ସହ ମାତ୍ର ୧୫-୩୦ ମିନିଟ୍‌ ସମୟ ବିତାଇଲେ ଆପଣଙ୍କୁ ଶାନ୍ତି ଅନୁଭବ ହୋଇଥାଏ ।

 କୁକୁର ପୋଷିବାର ଲାଭ

ସେହିପରି ପିଲାଙ୍କ ଆଖପାଖରେ କୁକୁର ରହିଲେ ପିଲାଙ୍କ ମସ୍ତିଷ୍କରୁ ନକାରାତ୍ମକ ଭାବନା ଦୂର ହୋଇଥାଏ । ଏଥିସହ କୁକୁର ସହ ଖେଳିବା ଦ୍ୱାରା ମସ୍ତିଷ୍କରୁ ଏଣ୍ଡ୍ରୋର୍ଫିନ ହରମୋନ୍‌ ରିଲିଜ୍‌ ହୋଇଥାଏ, ଯାହା ମୁଡ୍‌କୁ ଠିକ୍‌ କରିବାରେ କାମ କରିଥାଏ । ହରମୋନ୍‌ ଖୁସିର ଅନୁଭବ ପ୍ରଦାନ କରଥାଏ ।

 କୁକୁର ପୋଷିବାର ଲାଭ

କୁକୁର ପାଳିଥିବା ଲୋକଙ୍କର ଟେନସନ୍‌ ମଧ୍ୟ କମ୍‌ ହୋଇଥାଏ ଏବଂ ଏଥିରେ ସେରୋଟେନିନ୍‌ ଓ ଡୋପାମାଇନ ହରମୋନ୍‌ ଅଧିକ ରହିଥାଏ ।

Govt

Comments are closed.