ରୋହିଙ୍ଗ୍ୟା ଶରଣାର୍ଥୀ ଶିବିର ଉପରେ ଗୁଳିକାଣ୍ଡ, ୯ମୃତ

ବାଙ୍ଗଲାଦେଶ: ଅକ୍‌ଟୋବର ୨୨: ବାଙ୍ଗଲାଦେଶସ୍ଥିତ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିର ଉପରେ ଅଜ୍ଞାତ ଆକ୍ରମଣକାରୀମାନେ ଗୁଳି ଚଳନା କରିଛନ୍ତି । ଏଥିରେ ୭ଜଣଙ୍କର ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ଏହାହସିତ ଏକାଧିକ ଗୁରୁତର ଆହତ ହୋଇଛନ୍ତି ।

ବାଙ୍ଗାଲାଦେଶ ରିପୋର୍ଟ ଅନୁସାରେ, ଭୋର ୪ଟା ସମୟରେ ୧୮ ନମ୍ବର ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରର ବ୍ଲକ୍‌ ଏଚ୍‌-୫୨ରେ ଥିବା ଏକ ମଦ୍ରାସାରେ ଆକ୍ରମଣ ହୋଇଛି । କିଛି ଅଜ୍ଞାତ ଆକ୍ରମଣକାରୀମାନେ ସେଠାରେ ଗୁଳିକାଣ୍ଡ ଘଟାଇଥିଲେ । ଉଖିୟା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଶିହାବ କୈସର୍‌ଙ୍କ ସୂଚନା ଅନୁସାରେ, ଘଟଣାସ୍ଥଳରେ ହିଁ ୪ଜଣ ବ୍ୟକ୍ତିଙ୍କର ମୃତୁ୍ୟ ଘଟିଥିଲା ବେଳେ କିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ଆଉ ୩ଜଣଙ୍କର ମୃତୁ୍ୟ ହୋଇଥିଲା । ଏହି ଗୁଳିକାଣ୍ଡ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଦୁଇ ଦଳ ମଧ୍ୟରେ ସଂଘର୍ଷଜନିତ ବୋଲି ପ୍ରଥମେ କୁହାଯାଇଥିଲା ।

ସୂଚନା ଥାଉଯେ, ବାଙ୍ଗଲାଦେଶର କକ୍‌ସ ବଜାରରେ ବିଶ୍ୱର ସବୁଠୁ ବଡ଼ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିର ରହିଛି । ୨୦୧୭ରେ ରୋହିଙ୍ଗ୍ୟାମାନେ ମିଆଁମାର୍‌ ପରିତ୍ୟାଗ କରି ଏଠାକୁ ଶରଣାର୍ଥୀ ଭାବେ ରହିବାକୁ ଆସିଥିଲେ । ସେଠାରେ ପ୍ରାୟ ୧୦ ଲକ୍ଷ ରୋହିଙ୍ଗ୍ୟା ରହୁଛନ୍ତି ।

Govt

Comments are closed.