ନାଡାଲଙ୍କ ସହ ଶେଷ ମ୍ୟାଚ ଖେଳିବେ ଫେଡେରର

ଲଣ୍ଡନ : କ୍ୟାରିୟର ସାରା ଜଣେ ଦୃଢ଼ ପ୍ରତିଦ୍ୱନ୍ଦ୍ୱୀ ଭାବେ ସ୍ପେନ୍‌ ତାରକା ରାଫେଲ ନାଡାଲଙ୍କ ସହ ଖେଳିଆସିଥିବାସ୍ୱିଜରଲାଣ୍ଡ୍‌ ତାରକା ରୋଜର ଫେଡେରର୍‌ ନିଜର ବିଦାୟୀ ମ୍ୟାଚରେ ଏକାଠି ଖେଳିବାକୁ ଇଛା ଜାହିର କରିଛନ୍ତି । ଲଣ୍ଡନରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଲାଭେର କପ୍‌ ଫେଡେରଙ୍ର୍କ କ୍ୟାରିୟରର ଶେଷ ମ୍ୟାଚ୍‌ ହେବ । ଏହି ମ୍ୟାଚରେ ସେ ଲମ୍ବା ସମୟର ପ୍ରତିଦ୍ୱନ୍ଦ୍ୱୀ ନାଡ଼ାଲଙ୍କୁ ସାଥୀ କରି ଖେଳିବାକୁ ଚାହାନ୍ତି ବୋଲି ବୁଧବାର କହିଛନ୍ତି ।

ଲାଭେର କପ୍‌ ପ୍ରତିଯୋଗିତା ପରେ ସେ ପେସାଦାର ଟେନିସରୁ ଅବସର ନେଇଯିବେ ବୋଲି ଗତ ସପ୍ତାହରେ ୨୦ ଗ୍ରାଣ୍ଡ୍‌ସ୍ଲାମ୍‌ ବିଜେତା ଫେଡେରର୍‌ ଘୋଷଣା କରିଥିଲେ । ସେହିଦୃଷ୍ଟିରୁ ଲାଭେର କପରେ ସେ ଏକକ ବର୍ଗରେ ନଖେଳି କେବଳ ଯୁଗଳ ବର୍ଗରେ ପ୍ରତିନିଧିିବ କରିବେ । ତେଣୁ ନାଡ଼ାଲଙ୍କୁ ସାଥୀ କରି ଶୁକ୍ରବାର ରାତିରେ ବିଦାୟୀ ମ୍ୟାଚ୍‌ ଖେଳିବାକୁ ଚାହିଁଛନ୍ତି । କି;ୁ ୨୨ ଗ୍ରାଣ୍ଡ୍‌ସ୍ଲାମ୍‌ ବିଜେତା ନାଦାଲ ଏହାକୁ ଗ୍ରହଣ କରିବେ କି ନା ସେନେଇ ଫେଡେରର୍‌ ସ୍ପଷ୍ଟ ନାହାନ୍ତି ବୋଲି କହିଛନ୍ତି । କି;ୁ ନାଡ଼ାଲ ରାଜି ହେଲେ ତାଙ୍କ ସ୍ୱପ୍ନ ସାର୍ଥକ ହେବ ବୋଲି ବୁଧବାର ଏକ ଭରପୂର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଫେଡେରର୍‌ ।

Govt

Comments are closed.