ବର୍ଦ୍ଧିତ ତାପମାତ୍ରା ପୃଥିବୀର ଶତ୍ରୁ

ପୃଥିବୀ ଏକମାତ୍ର ଗ୍ରହ ଯେଉଁଥିରେ ମଣିଷ ବସବାସ କରିଥାଏ । ଏଠାରେ ଜୀବଜଗତ ବଞ୍ଚିରହିବା ପାଇଁ ସବୁପ୍ରକାର ସୁବିଧା ରହିଛି । ଏଠାରେ ପାଣି,ବାୟୁମଣ୍ଡଳ,ଖାଦ୍ୟ, ଜଙ୍ଗଲ ଭଳି ସମସ୍ତ ସୁବିଧା ରହିଛି । ତେବେ ଏତେ ସୁବିଧା ଭିତରେ ବି ଅନେକ ଏଭଳି ପରିବେଶକୁ ନେଇ ସମସ୍ୟା ରହିଛି ଯାହା ପୃଥିବୀକୁ କ୍ଷତି ପହଞ୍ଚାଉଛି । ସେହିଭଳି ଏକ ସମସ୍ୟା ହେଲା ବର୍ଦ୍ଧିତ ତାପମାତ୍ରା । ବର୍ତ୍ତମାନ ଅନେକ ସମୟରେ ଦେଖିବାକୁ ମିଳୁଛି ପୃଥିବୀର ତାପମାତ୍ରା ବଢିବାରେ ଲାଗୁଛି । ତେବେ ଏକ ନୂଆ ଗବେଷଣାର ତଥ୍ୟ ଅନୁସାରେ ଯଦି ପୃଥିବୀର ତାପମାତ୍ରା ୨ ଡିଗ୍ରୀ ବଢିବ ତେବେ ମଣିଷସମାଜ ବିଭିନ୍ନ ସମସ୍ୟାରେ ପଡିବ । ଯଦି ଏଭଳ ହେଉଛି ତେବେ ଏହି ଶତାବ୍ଦୀର ଶେଷ ସୁଦ୍ଧା ଏସିଆର ହୁନ୍ଦୁ କୁସ ହିମାଳୟ ଅଞ୍ଚଳରେ ଥିବା ଗ୍ଲେସିଅର ପାଖାପାଖି ୭୫ ପ୍ରତିଶତ ତରଳିଯିବ । ଯେଉଁ କାରଣରୁ ପାଖାପାଖି ୨ବିଲିଅନ ଲୋକ ଅସୁବିଧାରେ ପଡିବେ କାରଣ ଏହି ଅଞ୍ଚଳ ଅନକଙ୍କ ପାଇଁ ପାଣିର ଉତ୍ସ ଭାବେ କାମ କରିଥାଏ । ଏହା ଅନେକ ବଡ ନଦୀର ଉତ୍ସ ଭାବେ କାମ କରିଥାଏ, ତେଣୁ ଏହି ନଦୀର ପାଣି ଉପରେ ମଧ୍ୟ ଏହାର ଗଭୀର ପ୍ରଭାବ ଦେଖିବାକୁ ମିଳିବ । ତେଣୁ ବର୍ତ୍ତମାନ ବିଶ୍ୱର ସମସ୍ତ ଦେଶ ପୃଥିବୀର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିବାର ଆବଶ୍ୟକତା ରହିଛି । ଏହା କିଭଳି ନ ବଢିବ ସେଥିପାଇଁ ପଦକ୍ଷେପ ନେବା ଦରକାର । ପୃଥିବୀରେ ଥିବା ଗ୍ଲେସଅର ରିଜନ୍‌ ଆମ ମଣିଷ ସମାଜରେ ବ୍ୟବହାର ହେଉଥିବା ଜଳର ଏକ ପ୍ରମୁଖ ଉତ୍ସ ।

Govt

Comments are closed.