ତାନଜାନିଆ: ଦୁନିଆରେ ଏଭଳି ଅନେକ ପଶୁ ଅଛନ୍ତି ଯେଉଁମାନଙ୍କର ଭିନ୍ନଭିନ୍ନ ପ୍ରଜାତି ଦେଖାଯାଇଥାଏ । ବେଳବେଳେ ଏହି ପ୍ରଜାତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ସେହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜେବ୍ରାର ଏକ ପ୍ରଜାତିକୁ ଦେଖିବାକୁ ମିଳିଛି ।
ତାନଜାନିଆର ଶ୍ରିନେଗେତି ନ୍ୟାସନାଲ ପାର୍କରେ ଏକ ବିରଳ ପ୍ରଜାତିର ଜେବ୍ରା ଦେଖିବାକୁ ମିଳିଛି । ପାର୍କର ଅଧୀକାରୀଙ୍କ ଇନ୍ଷଫାଗ୍ରାମ ପେଜ୍ରେ ଏହି ଭିଡିଓଟି ଦେଖିବାକୁ ମିଳିଛି । ଏହି ଜେବ୍ରାର ଶରୀରରେ କଳା ରଙ୍ଗର ପଟି କେଉଁଠି ବି ଦେଖାଯାଉନାହିଁ । କେବଳ ବେକ, ମୁଣ୍ଡ ଓ ଶରୀର ଅଳ୍ପ କେତେକ ଅଂଶ ଛାଡିଦେଲେ ଅନ୍ୟ କୌଣସି ସ୍ଥାନରେ କଳା ପଟି ନାହିଁ ।
ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଜ୍ରେବାଟି ସମ୍ଭନ୍ଧରେ ବିଶେଷ ତଥ୍ୟ ମିଳିନାହିଁ ।

Comments are closed.