ରଜରେ ପ୍ରତିଟି ଝିଅ ସଜ ହୋଇ ଖୁବ ସୁନ୍ଦର ଭାବେ ଏହି ପର୍ବକୁ ପାଳନ କରିଥାଏ । ରଜକୁ ଆଖିରେ ରଖି ଏହାର ଅନେକ ଦିନ ଆଗରୁ ବଜାରରେ ଭଳିକି ଭଳି ଡ୍ରେସ ସାଙ୍ଗକୁ ପ୍ରସାଧାନ ସାମଗ୍ରୀ ବିକ୍ରିହେବା ମଧ୍ୟ ଆରମ୍ଭ ହୋଇଯାଇଥାଏ ।
ଶାଢି
ଓଡିଆ ଘରର ପାରମ୍ପରିକ ପରିଧାନ ହୋଇଥାଏ ଶାଢି । ତେଣୁ ରଜରେ ଆପଣ ଶାଢି ପିନ୍ଧିପାରିବେ । ଏହା ଆପଣଙ୍କୁ ଖୁବ ଭଲ ଲୁକ୍ ଦେବ । ଶାଢିରେ ଆପଣ ଓଡିଆ ଶାଢି ଯେପରି ସମ୍ବଲପୁରୀ, କୋଟପାଡ ଭଳି ଓଡିଶାର ପାରମ୍ପରିକ ଶାଢି ପିନ୍ଧି ପାରିବେ । ନଚେତ୍ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ଡିଜାଇନ୍ର ଫ୍ୟାନ୍ସି ଶାଢି ପିନ୍ଧି ପାରିବେ । ଶାଢି ସହିତ ମ୍ୟାଚିଂ କରି ଗହଣା ପିନ୍ଧି ପାରିବେ । ମେକଅପ ମିନିମାଲ ରଖିପାରିବେ, ଯାହା ଆପଣଙ୍କୁ ଏକ ସିମ୍ପଲ ଲୁକ ପ୍ରଦାନ କରିବ ।
ସାଲଓ୍ୱାର୍
ଝିଅମାନଙ୍କର ପ୍ରଥମ ପସନ୍ଦ ହୋଇଥା ସାଲଓ୍ୱାର୍ ଯାହା ଭାରତୀୟ ତଥା ଓଡ଼ିଶାର ପାରମ୍ପରିକ ପୋଷାକ ହୋଇଥାଏ । ଆଜିକାଲି ବଜାରରେ ବିଭିନ୍ନ ଡିଜାଇନ୍ର କଟନ ଓ ଫ୍ୟାନ୍ସି ସାଲଓ୍ୱାର ମିଳୁଛି । ଏଗୁଡିକ ଆପଣଙ୍କୁ ଏକ ଏଥ୍ନିକ ଓ ଏଲିଗାଣ୍ଟ ଲୁକ ଦେବ । ତେବେ ଆପଣ ଚାହିଁଲେ ସମ୍ବଲପୁରୀ ପ୍ରିଣ୍ଟର ସାଲଓ୍ୱାର ବାଛି ପାରିବେ । ଏଗୁଡିକ କଟନ ହୋଇଥିବାବେଳେ ଖୁବ ସୁନ୍ଦର ହୋଇଥାଏ । ଏଗୁଡିକ ରେଡିମେଡ ମଧ୍ୟ ମିଳିଥାଏ ଯାହାକୁ ଆପଣ ବଜାରରୁ ଆଣି ସଙ୍ଗେସଙ୍ଗେ ପିନ୍ଧି ପାରିବେ ।
ଲେହେଙ୍ଗା
ଆଜିକାଲି ବଜାରରେ ଖୁବ ସୁନ୍ଦର ଡିଜାଇନ ଓ ହାଲୁକା ଲେହେଙ୍ଗା ମିଳୁଛି, ଯାହା ଆପଣଙ୍କୁ ଏକ ଏଲିଗାଣ୍ଟ ଲୁକ ଦେବ । ରଜକୁ ଆଖିରେ ରଖି ବଜାରରେ ବିଭିନ୍ନ ପ୍ରକାରର ଲେହେଙ୍ଗା ମିଳିଥାଏ । ଏହା ସହିତ ସୁନା କିମ୍ବା ଷ୍ଟୋନର ଗହଣା ପିନ୍ଧିପାରିବେ ଖୁବ ସୁନ୍ଦର ଲୁକ ମିଳିବ । ସେହିଭଳି ହେୟାର ଷ୍ଟାଇଲ ମଧ୍ୟ କିଛି କରିପାରିବେ, ଯାହା ଆପଣଙ୍କ ଲୁକ୍କୁ କମ୍ପଲିଟ୍ କରିବ । ସବୁବେଳେ ପାର୍ଟନ ଓ ଲେହେଙ୍ଗା କଲରକୁ ଚୟନ କରିବାବେଳେ ନିଜର ସ୍କିନ୍ ଟୋନ୍କୁ ଧ୍ୟାନରେ ରଖନ୍ତୁ, ଯାହାଫଳରେ ଏକ ସୁନ୍ଦର ଚାର୍ମିଂ ଲୁକ ମିଳିବ ।
ଫ୍ୟୁଜନ
ଯଦି ଆପଣଙ୍କୁ ଉଭୟ ଓ୍ୱଷ୍ଟର୍ଣ୍ଣ ଓ ଇଣ୍ଡିଆନ ପସନ୍ଦ ତେବେ ଏଥିପାଇଁ ଫ୍ୟୁଜନ ଫ୍ୟାଶନକୁ ଚୟନ କରନ୍ତୁ । ଶାଢି ସହିତ କ୍ରପ ଟପକୁ ପେୟାର କରିପାରିବେ, ଯେଉଁଥିରେ ବେଲଫ ପେୟାରଅପ କରନ୍ତୁ । ସେହିଭଳି ପ୍ଲାଜୋ ସହ ସର୍ଟ କୁର୍ତ୍ତୀକୁ ମିଶାଇ ପିନ୍ଧି ପାରିବେ । ଏଗୁଡିକ ଖୁବ ଏଲିଗାଣ୍ଟ ତଥା କମ୍ଫଟେବଲ ଲୁକ ଦେଇଥାଏ ।
ଓ୍ୱଷ୍ଟର୍ଣ୍ଣ
ଯଦି ଓ୍ୱଷ୍ଟର୍ଣ୍ଣ ଆଉଟ୍ଫିଟ୍ ପସନ୍ଦ ତେବେ ଜିନ୍ସ ସହିତ ଟପ୍ ଟ୍ରାଏ କରିପାରିବେ । ଟପ୍ରେ ବିଭିନ୍ନ ପ୍ରକାରର ଅପସନ ମିଳିଥାଏ । ସେହିଭଳି ଓ୍ୱାନ୍ ପିସ କିମ୍ବା ସ୍କର୍ଟ ଟପ୍ ମଧ୍ୟ ପିନ୍ଧି ପାରିବେ ।
ଅଳତା
ରଜର ପାରମ୍ପରିକ ସଜବାଜରେ ଅଳତା ସବୁଠାରୁ ଆଗରେ ରହିଥାଏ । ଏହି ଦିନ ଝିଅ ବୋହୂ ସମସ୍ତଙ୍କ ପାଦରେ ଶୋଭା ପାଇଥାଏ ଅଳତା । ଓଡିଆ ଘରର ଯେ କୌଣସି ପର୍ବ ହେଉ ପ୍ରଥମେ ଖୋଜା ପଡିଥାଏ ଅଳତା । ପାଦରେ ଅଳତା ଲଗାଇବା ପରେ ଯାଇ ସମସ୍ତ ପର୍ବ ଆରମ୍ଭ ହୋଇଥାଏ । ଅଳତା ଓଡ଼ିଶାର ପରମ୍ପରା ଅନୁଯାୟୀ ସଧବା ନାରୀଙ୍କର ପ୍ରତୀକ ହୋଇଥାଏ । ତେଣୁ ରଜ ପର୍ବର ପାଳନ ଅଳତା ବିନା ଆରମ୍ଭ ହୋଇନଥାଏ । ପାଦରେ ଅଳତା ଲଗାଇବା ପରେ ରଜର ସଜବାଜ ପୂରା ହୋଇଥାଏ ।
ଚନ୍ଦନରେ ସଜ
ଓଡ଼ିଶାର ପାରମ୍ପରିକ ସଜବାଜରେ ଅଳତା ସହିତ ଚନ୍ଦନ ପାଟି ମଧ୍ୟ ସାମିଲ ରହିଥାଏ । ଏହି ଦିନ ଛୋଟ ଝିଅମାନେ ବିଶେଷଭାବେ ମଥାରେ ଚନ୍ଦନପାଟି କରିଥିବାର ଦେଖିବାକୁ ମିଳେ । ପାଉଡର କିମ୍ବା ଚନ୍ଦନର ଲେପକୁ ଖଡିକାରେ ମଥାରେ ବିଭିନ୍ନ ଚିତ୍ରରେ ସଜାଯାଇଥାଏ । ଯାହା ଦେଖିବାକୁ ଖୁବ ସୁନ୍ଦର ହୋଇଥାଏ । ଚନ୍ଦନ ପାଟି ସହିତ ମେହେନ୍ଦିର ମଧ୍ୟ କ୍ରେଜ ଦେଖିବାକୁ ମିଳିଥାଏ । ପ୍ରାୟ ସମସ୍ତେ ନିଜ ହାତକୁ ମେହେନ୍ଦିରେ ସଜାଇଥାଆନ୍ତି । ହାତରେ ବିଭିନ୍ନ ଡିଜାଇନ୍ ଆଙ୍କି ଏହାକୁ ସଜାଇଥାଆନ୍ତି, ଯାହା ରଜ ଲୁକକୁ କମ୍ପ୍ଲିଟ୍ କରିଥାଏ ।
ଚପଲ
ରଜର ପାରମ୍ପରିକ ବର୍ଣ୍ଣନା ଅନୁସାରେ ଏହି ତିନିଦିନ ଝିଅମାନ ଖାଲି ପାଦରେ ଚାଲନ୍ତି ନାହିଁ । ପୂର୍ବରୁ ବିଶ୍ୱାସ ଅଛି ସେମାନେ ପାଦରେ କଠଉ କିମ୍ବା କଦଳୀ ପାଟୁକାରେ ପ୍ରସ୍ତୁତ ଚପଲ ପିନ୍ଧି କାର୍ଯ୍ୟ କରୁଥିଲେ । ହେଲେ ବର୍ତ୍ତମାନ ଆପଣ ଚାହିଁବେ ଯଦି ପାଦରେ ନୂଆ ଚପଲ ପିନ୍ଧିପାରିବେ । ତେବେ ରଜ ପାଇଁ ଚପଲର ଚୟନ କରିବାବେଳେ ନିଜର ଡ୍ରେସକୁ ଧ୍ୟାନରେ ରଖନ୍ତୁ । ଡ୍ରେସକୁ ମ୍ୟାଚ ହେବା ପରି ଚପଲ ପିନ୍ଧନ୍ତୁ ଯାହା ଆପଣଙ୍କୁ ଖୁବ ସୁନ୍ଦର ଲୁକ୍ ପ୍ରଦାନ କରିବ । ବଜାରରେ ବିଭିନ୍ନ ଡିଜାଇନ୍ର ଚପଲ ମିଳୁଛି ଯାହା ପାରମ୍ପରିକ ପୋଷାକକୁ ମ୍ୟାଚ କରି ଆପଣ ପିନ୍ଧି ପାରିବେ । ସେହିଭଳି ଏଭଳି ମଧ୍ୟ କିଛି ଜୋତା ରହୁଛି ଯାହାକୁ ଆପଣ େଓ୍ୱଷ୍ଟର୍ଣ୍ଣ ପୋଷାକ ସହିତ ପେୟାର କରିପାରିବେ ।

Comments are closed.