ମହାରାଣୀଙ୍କ ଅନ୍ତ୍ୟେଷ୍ଟି ପାଇଁ ଜୋରଦାର ପ୍ରସ୍ତୁତି, ରୟାଲ ପ୍ରୋଟୋକଲରେ ଆସିବେ ଅତିଥି

ଲଣ୍ଡନ : ବିଟ୍ରେନର ମହାରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ମହାରାଣୀଙ୍କ ଶେଷ ଯାତ୍ରାରେ ସାମିଲ ହେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବଡ଼ କଥା ହେଉଛି ବ୍ରିଟେନ ସମେତ ଅନ୍ୟାନ୍ୟ ଦେଶର ନେତା ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ଏଥିରେ ସାମିଲ ହେବେ । କୁଇନ୍‌ ଦ୍ୱିତୀୟ ଏଲିଜାବେଥ୍‌ଙ୍କ ଅନ୍ତିମ ଦର୍ଶନ ପାଇଁ ବିଭିନ୍ନ ଦେଶରୁ ବଡ ବଡ ନେତା ଲଣ୍ଡନରେ ପହଁଚିବା ଆରମ୍ଭ କଲେଣି ।

ମହାରାଣୀଙ୍କ ଅନ୍ତ୍ୟେଷ୍ଟି ପାଇଁ ଜୋରଦାର ପ୍ରସ୍ତୁତି, ରୟାଲ ପ୍ରୋଟୋକଲରେ ଆସିବେ ଅତିଥି

କି;ୁ ଏହି ବିଶ୍ୱନେତାମାନଙ୍କୁ ବିଟ୍ରେନ ରାଜବଂଶର ପାରମ୍ପାରିକ ନିୟମ ମାନିବାକୁ ପଡିବ । ବିଶ୍ୱର ଯେତେବଡ ନେତା ହୋଇଥା;ୁ ନା କାହିଁ, ଲଣ୍ଡନରେ ପହଁଚିବା ପରେ ବ୍ରିଟେନ୍‌ ରାଜପରିବାରର ନିୟମ ଅନୁସାରେ ସେମାନେ ପରିଚାଳିତ ହେବେ । ତେଣୁ ଆମେରିକା ରାଷ୍ଟ୍ରପତି ମଧ୍ୟ ରାଜବଂଶର ପ୍ରୋଟକଲକୁ ମାନିବାକୁ ବାଧ୍ୟ ।
ମହାରାଣୀ ଏଲିଜାବେଥଙ୍କ ଅନ୍ତିମ କ୍ରିୟା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ମହାରାଣୀଙ୍କ ଅନ୍ତ୍ୟେଷ୍ଟି ପାଇଁ ଜୋରଦାର ପ୍ରସ୍ତୁତି, ରୟାଲ ପ୍ରୋଟୋକଲରେ ଆସିବେ ଅତିଥି

ଆସନ୍ତା ସେପେଫମ୍ବର ୧୯ ତାରିଖରେ ହେବ ମହାରାଣୀଙ୍କ ଅନ୍ତିମକ୍ରିୟା । ଏହିଦିନ ୧୦ ଲକ୍ଷରୁ ଅଧିକ ଲୋକ ଲଣ୍ଡନରେ ଜମା ହେବାର ଆକଳନ କରାଯାଉଛି । ବୁଧବାର ସନ୍ଧ୍ର୍ୟା ୫ଟାରୁ ରାଣୀଙ୍କ ପାର୍ଥିବ ଶରୀରକୁ ଲଣ୍ଡନର ‘େୱଷ୍ଟମିନଷ୍ଟରରେ ଆବେ’ରେ ରଖାଯିବ । ୧୯ ତାରିକ ଅର୍ଥାି ଆସନ୍ତା ସୋମବାର ସକାଳ ସାଢେ ୬ଟା ପର୍ଯ୍ୟନ୍ତ ମହାରାଣୀଙ୍କ ପାର୍ଥିବ ଶରୀର ସେଠାରେ ରହିବ । କୁହାଯାଉଛି ଏହିଦିନ ରାଣୀଙ୍କ ଅନ୍ତିମ ଦର୍ଶନ ପାଇଁ ଲୋକଙ୍କୁ ୫ କିଲୋମିଟର ଲମ୍ବା ଲାଇନରେ ଛିଡା ହେବାକୁ ପଡିପାରେ । ଆଉ ସବୁ ପ୍ରକ୍ରିୟା ରାଜ ପରିବାରର ପ୍ରୋଟକଲ ଅନୁଯାୟୀ କରାଯିବ ।

ମହାରାଣୀଙ୍କ ଅନ୍ତ୍ୟେଷ୍ଟି ପାଇଁ ଜୋରଦାର ପ୍ରସ୍ତୁତି, ରୟାଲ ପ୍ରୋଟୋକଲରେ ଆସିବେ ଅତିଥି
ସୂଚନା ଅନୁସାରେ ଲଣ୍ଡନର ‘େୱଷ୍ଟମିନଷ୍ଟରରେ ଆବେ’ରେ ଅନୁଷ୍ଠିତ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତ୍ୟେଷ୍ଟିକ୍ରିୟା । ଏଥିରେ ସାମିଲ ହେବା ପାଇଁ ବିଭିନ୍ନ ଦେଶରୁ ପହଂଚିବେ ନେତା ଓ ବିଶିଷ୍ଟ ବ୍ୟକ୍ତି । ଆଉ ଏମାନଙ୍କୁ ମାନିବାକୁ ପଡିବ ରାଜପରିବାର ନିର୍ଦ୍ଦିଷ୍ଟ ନିୟମ କାନୁନ । ଏହି ଅତିଥି ତାଲିକାରେ ଅଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।
ମହାରାଣୀ ଏଲିଜାବେଥ ଦ୍ୱିତୀୟ ୮ ସେପେଫମ୍ବର ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମହାରାଣୀଙ୍କ ଅନ୍ତିମ ସଂସ୍କାର ଶାହୀ ପରମ୍ପରା ଅନୁଯାୟୀ କରାଯିବ ।

ମହାରାଣୀଙ୍କ ଅନ୍ତ୍ୟେଷ୍ଟି ପାଇଁ ଜୋରଦାର ପ୍ରସ୍ତୁତି, ରୟାଲ ପ୍ରୋଟୋକଲରେ ଆସିବେ ଅତିଥି
ରାଜବଂଶର ପରମ୍ପରା ଅନୁଯାୟୀ ଅନ୍ତିମ ସଂସ୍କାର ମୃତ୍ୟୁର ୧୦ ଦିନ ପରେ ଅର୍ଥାତ ୧୯ ସେପେଫମ୍ବରରେ ଅନୁଷ୍ଠିତ ହେବ । ବୁଧବାର ଠାରୁ ମହାରାଣୀଙ୍କ ପାର୍ଥିବ ଶରୀରକୁ ‘େୱଷ୍ଟମିନଷ୍ଟରରେ ଆବେ’ରେ ରଖାଯିବ । ଏହାପୂର୍ବରୁ ମହାରାଣୀଙ୍କ ଶେଷ ଯାତ୍ରା କରାଯାଉଛ । ସ୍କଟଲ୍ୟାଣ୍ଡର ବାଲ୍ମୋରଲ ରାଜପ୍ରସାଦରୁ ଲଣ୍ଡନର ବକିଙ୍ଗହମ୍‌ ପ୍ରାସାଦକୁ ଅଣାଯାଇଛି ।

ମହାରାଣୀଙ୍କ ଅନ୍ତ୍ୟେଷ୍ଟି ପାଇଁ ଜୋରଦାର ପ୍ରସ୍ତୁତି, ରୟାଲ ପ୍ରୋଟୋକଲରେ ଆସିବେ ଅତିଥି

ଆଉ ରାଣୀଙ୍କ ଏହି ଶେଷ ଯାତ୍ରାରେ ପୁଅ ତଥା ରାଜା ଚାର୍ଲସ ତୃତୀୟଙ୍କ ସମେତ ରାଜ ପରିବାରର ଅନ୍ୟ ସଦସ୍ୟ ବି ସାମିଲ ହୋଇଛନ୍ତି । ଲମ୍ବା କାର୍‌ କାରକେଡରେ ରାଣୀଙ୍କ ପାର୍ଥିବ ଶରୀର ଲଣ୍ଡନ ଆସିଛି । ମହାରାଣୀଙ୍କ ଅନ୍ତିମ ସଂସ୍କାର ପାଇଁ ରାଜ ପରିବାର ପକ୍ଷରୁ ଏକ ଭବ୍ୟ ଶୋଭାଯାତ୍ରାର ଆୟୋଜନ କରାଯାଇଛି । ଶେଷଥର ବ୍ରିଟେନରେ ୧୯୬୫ରେ ସର୍‌ ୱିନେ୍‌ଷଫନ୍‌ ଚର୍ଚିଲଙ୍କ ରାଜକୀୟ ଶୈଳୀରେ ଅନ୍ତିମ ସଂସ୍କାର କରାଯାଇଥିଲା ।

Govt

Comments are closed.