ଆଜିକାଲି ଶାକାହାରୀ ଖାଦ୍ୟର ଚାହିଦା ବଢି ଚାଲିଛି । ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ କେବଳ ପ୍ଲାଣ୍ଟ୍ ବେସ୍ଡ ଖାଦ୍ୟ କିମ୍ବା ଭିଗାନ ଖାଦ୍ୟ ଖାଉଛନ୍ତି । ତେବେ ଏହି ଡାଏଟ୍ରେ ଆମିଷ ନଥିବାରୁ ଆମିଷରେ ମିଳୁଥିବା ପୋଷଣକୁ ଏଥିରେ ସାମିଲ କରିବାର ଆବଶ୍ୟକତା ରହିଥାଏ । ତେଣୁ ଏହି ଡାଏଟ୍ ପ୍ଲାନ କରିବା ସମୟରେ କିଛି ଖାଦ୍ୟକୁ ସାମିଲ କରିବାର ନିତାନ୍ତ ଆବଶ୍ୟକ ରହିଛି ।
ଫଳ – ସବୁବେଳେ ନିଜ ଡାଏଟ୍ରେ ଫଳ ସାମିଲ କରନ୍ତୁ । ବିଭିନ୍ନ ପ୍ରକାରର ଫଳରେ ଭିନ୍ନଭିନ୍ନ ପ୍ରୋଟିନ୍ ଓ ମିନେରାଲ୍ସ ରହିଥାଏ । ଯାହା ଆମକୁ ଶକ୍ତି ଯୋଗାଇଥାଏ । ଡାଏଟ୍ରେ କମଳା, ସେଓ, ଅଙ୍ଗୁର, ଡାଳିମ୍ବ, ନାସପାତି ଆଦି ସାମିଲ କରନ୍ତୁ । ଏହା ଆପଣଙ୍କର ଶରୀରରକୁ ପୂର୍ଣ୍ଣମାତ୍ରାରେ ପୋଷଣ ଯୋଗାଇବ ।
ହେଲଦି ଫ୍ୟାଟ୍
ଖାଦ୍ୟରେ ଆଭାଗାଡୋ, ଅଲିଭ୍ ଅଏଲ୍, ନଡିଆ ଘିଅ ଆଦିକୁ ଡାଏଟ୍ ଲିଷ୍ଟରେ ସାମିଲ କରନ୍ତୁ । ଏହି ଗୁଡିକ ହେଲ୍ଦି ଫ୍ୟାଟ୍ ହୋଇଥାଏ, ଯାହା ଆମକୁ ପୋଷଣା ଯୋଗାଇଥାଏ । ଏହି ଖାଦ୍ୟରେ ସ୍ନେହଶାରର ମାତ୍ରାର ଅଧିକ ରହିଥାଏ, ତେଣୁ ଏହା ଆମ ଶରୀର ପାଇଁ ଦରକାର ହୋଇଥାଏ ।
ମଞ୍ଜି ଜାତୀୟ ଖାଦ୍ୟ
ଡାଏଟ୍ ପ୍ଲାନରେ ମଞ୍ଜି ଜାତୀୟ ଖାଦ୍ୟ ସାମିଲ କରନ୍ତୁ, ଯେପରି ରାଜମା, ଚଣା, ବୁଟ ଆଦି ସାମିଲ କରନ୍ତୁ । ଏଥିରୁ ଅଧିକ ମାତ୍ରାରେ ପ୍ରୋଟିନ ମିଳିଥାଏ । କେବଳ ପ୍ରୋଟିନ୍ ନୁହେଁ ଭିଟାମିନ୍ ମଧ୍ୟ ମିଳିଥାଏ ।

Comments are closed.