ମାକ୍‌ଡୋନାଲï ପରଷିଲା ଧନିଆପତ୍ର ଆଇସ୍‌କ୍ରିମ୍‌

ଆଜିକାଲିର ପିଢ଼ି ଖାଦ୍ୟକୁ ନେଇ ନାନପ୍ରକାର ପ୍ରୟୋଗ କରୁଛନ୍ତି । ସେହିପରି ସୋସିଆଲ୍‌ ମିଡିଆରେ ମଧ୍ୟ ଖାଦ୍ୟ ପ୍ରୟୋଗକୁ ନେଇ ବେଶ୍‌ କ୍ରେଜ୍‌ ରହିଛି । ଯୁବବର୍ଗଙ୍କ ଏହି କ୍ରେଜ୍‌କୁ ଦେଖି ଚୀନ୍‌ର ମାକ୍‌ଡୋନାଲï କମ୍ପାନୀ ନିଆରା ଖାଦ୍ୟ ପ୍ରୟୋଗ କରିଛି । କମ୍ପାନୀ ଧନିଆପତ୍ରକୁ ନେଇ ଏକ ଆଇସ୍‌କ୍ରିମ୍‌ ପ୍ରସ୍ତୁତ କରିଛି । ଯାହାର ନାମ ‘ସିଲାଣ୍ଟ୍ରୋ ସନ୍‌ଡେଇ’ ରଖିଛି । ସିଲଣ୍ଟ୍ରୋର ଅର୍ଥ ଧନିଆପତ୍ର ଏବଂ ସନ୍‌ଡେଇ ହେଉଛି ଏକ ପ୍ରକାରର ସଫଫ ଭାନିଲା । ଯେଉଁଥିରୁ ଆଇସ୍‌କ୍ରିମ୍‌ର ମିଠା ସସ୍‌ ଓ ସିରପ୍‌ ପ୍ରସ୍ତୁତ କରାଯାଏ ।

ମାକ୍‌ଡୋନାଲï ପରଷିଲା ଧନିଆପତ୍ର ଆଇସ୍‌କ୍ରିମ୍‌

ଏକ ନିର୍ଦ୍ଦିଷ୍ଟ ସଂଖ୍ୟକରେ ଚୀନ୍‌ର ମାକ୍‌ଡୋନାଲï କମ୍ପାନୀ ଏହି ଆଇସ୍‌କ୍ରିମ୍‌ ପ୍ରସ୍ତୁତ କରିଛି । କେବଳ ୨୫ ଫେବୃଆରୀ ପର୍ଯ୍ୟନ୍ତ ଏହି ଆଇସ୍‌କ୍ରମି୍‌ ଉପଲବ୍ଧ ହେବ । ଯଦି ଲୋକଙ୍କୁ ଏହି ଆଇସ୍‌କ୍ରିମ୍‌ ପସନ୍ଦ ଆସିବ, ତେବେ ଲୋକଙ୍କ ଚାହିଦାକୁ ଧ୍ୟାନେରେ ରଖି ଆଗକୁ ଏହି ଆଇସ୍‌କ୍ରିମ୍‌ ପ୍ରସ୍ତୁତ କରାଯିବ ବୋଲି କମ୍ପାନୀ ପ୍ରକାଶ କରିଛି । କମ୍ପାନୀ ଧନିଆପତ୍ର ଆଇସ୍‌କ୍ରିମ୍‌ର ମୂଲ୍ୟ ୬.୬ ୟୁଆନ୍‌ ରଖିଛି । ଭାରତୀୟ ଅର୍ଥାନୁସାରେ ପ୍ରାୟ ୭୭ ଟଙ୍କା ହେବ । ଏହି ଆଇସ୍‌କ୍ରିମ୍‌କୁ ଖାଇବା ପରେ ଚୀନ୍‌ ଲୋକ ମିଶ୍ରିତ ପ୍ରତିକ୍ରିୟା ଦେଇଛନ୍ତି । କାହାକୁ ଏହି ଖାଦ୍ୟ ପ୍ରୟୋଗ ଭଲ ଲାଗିଥିଲା ବେଳେ ଆଉ କାହାକୁ ଭଲ ଲାଗିନଥିଲା ।

Govt

Comments are closed.