ମମତାଙ୍କ ସ୍ୱାସ୍ଥ୍ୟ ମୋଟିଭେସନ୍‌

ଆଜିକାଲି ରାଜନେତାମାନେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହୁଛନ୍ତି। ନିଜର ପ୍ରଚାର ଠାରୁ ଆରମ୍ଭ କରି ଲୋକଙ୍କ ସହିତ ଯୋଡି ହେବା ପାଇଁ ସେମାନେ ବିଭିନ୍ନ ପ୍ରକାରର ଉପାୟ ଆପଣାଉଛନ୍ତି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ମମତା ବାନାର୍ଜୀଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ସେ ନିଜ ଇନ୍ସଟାଗ୍ରାମରେ ଏକ ମଜାଦାର ଭିଡିଓ ଉପଲୋଡ କରିଛନ୍ତି I ଏହି ଭିଡିଓରେ ସେ ଗୋଟିଏ କୁକୁରଛୁଆକୁ ଧରି ଏକ ଟ୍ରେଡମିଲ୍‌ରେ ଏକ୍ସରସାଇଜ କରୁଥିବାର ନଜର ଆସିଛନ୍ତି । ସେହିଭଳି ଏହି ଭିଡିଓର କ୍ୟାପସନ୍‌ ଲୋକଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି । କ୍ୟାପସନ୍‌ରେ ଲେଖା ଅଛି, ବେଳେବେଳେ ଆମକୁ ଏକ୍ସଟ୍ରା ମୋଟିଭେସନ୍‌ର ଆବଶ୍ୟକତା ରହିଛି । ୟୁଜର୍ସ ମମତାଙ୍କର ଏହି ଅନ୍ଦାଜକୁ ଖୁବ ପସନ୍ଦ କରିଛନ୍ତି । ଛୋଟ କୁକୁରପିଲାଟିକୁ ମମତାଙ୍କର ନୂଆ ମୋଟିଭେଟର ବୋଲି କମେଣ୍ଟରେ ୟୁଜର୍ସ ଜଣାଇଛନ୍ତି । ଅପଲୋଡ୍ ସମୟ ଠାରୁ, ଏପର୍ଯ୍ୟନ୍ତ ଭିଡିଓଟିକୁ 312K ଭିଉ ଏବଂ 31.1K ରୁ ଅଧିକ ଲାଇକ୍ ମିଳିଛି I

Govt

Comments are closed.