ସୁଖଶାନ୍ତି ଦେବ ପ୍ରକୃତି

ଯଦି ଆପଣ ମନକୁ ଖୁସି ରଖିବାକୁ ଚାହାଁନ୍ତି, ତେବେ ପ୍ରକୃତି ମଧ୍ୟରେ ସମୟ ବିତା;ୁ । ପ୍ରାକୃତିକ ସ୍ଥାନରେ ବଗିଚା ଏବଂ ବ୍ୟାୟାମ କଲେ ଅସ୍ଥିରତା ଦୂର ହେବା ସହ ମନ ଭଲ ଲାଗିଥାଏ । ମଣିଷ ମାନସିକ ସମସ୍ୟାରୁ ମଧ୍ୟ ଦୂରେଇ ରହିଥାଏ । ଇଂଲଣ୍ଡର ୟୋର୍କ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହି ଦାବି କରିଛନ୍ତି । ପ୍ରକୃତି ମଧ୍ୟରେ କାର୍ଯ୍ୟକଳାପ ଜଣେ ବ୍ୟକ୍ତିର ମାନସିକ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଇଥାଏ, ସେସମ୍ପର୍କରେ ଜାଣିବା ପାଇଁ ବୈଜ୍ଞାନିକମାନେ ନିକଟରେ ଅନୁସନ୍ଧାନ କରିଛନ୍ତି । ଏହି ଅନୁସନ୍ଧାନରୁ ଜଣାପଡିଛି ଯେ ୮ ରୁ ୧୨ ସପ୍ତାହ ମଧ୍ୟରେ ଯଦି ଜଣେ ବ୍ୟକ୍ତି ୨୦ ରୁ ୯୦ ମିନିଟ୍‌ ପ୍ରକୃତି ମଧ୍ୟରେ ସମୟ ବିତାଇଥାଏ, ତେବେ ମାନସିକ ସ୍ତରରେ ଭଲ ଅନୁଭବ କରିବ । ବୈଜ୍ଞାନିକ ଡକଫର ପିଟର କୋଭେଣ୍ଟ୍ରି କହିଛନ୍ତି, ପ୍ରକୃତି ମଧ୍ୟରେ କିଛି ସମୟ ବିତାଇବା ସ୍ୱାାସ୍ଥ୍ୟ ପାଇଁ ଭଲ କି;ୁ ଗବେଷଣା ପ୍ରମାଣିତ କରିଛି ଯେ ଏହା ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସମାନ । ପ୍ରାକୃତିକ ପରିବେଶ ମଧ୍ୟରେ ବଗିଚା, ବ୍ୟାୟାମ ଏବଂ ଉଦ୍ଭିଦଗୁଡିକର ସୁରକ୍ଷା ସହିତ ଜଡିତ କାର୍ଯ୍ୟକଳାପ ମନକୁ ସତେଜ କରେ । ଶକ୍ତି ଭରିବା ପରି କାର୍ଯ୍ୟ କରିବାରେ ସାହାଯ୍ୟ କରେ । ଡକଫର ପିଟର ଆହୁରି ମଧ୍ୟ କହିଛନ୍ତି ଗ୍ରୁପ୍‌ରେ ସମୟ ବିତାଇବ ଏବଂ ବିଭିନ୍ନ ପ୍ରକାରର ସକରାତ୍ମକ କାର୍ଯ୍ୟକଳାପ କରିବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟକୁ ଅଧିକ ଲାଭ ମିଳିଥାଏ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହା ଏକ ପ୍ରକାର ବିନିଯୋଗ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଏହାର ସ୍ୱଳ୍ପ ମିଆଦି ଏବଂ ଦୀର୍ଘମିଆଦି ଲାଭ ଉପରେ ଅଧିକ ରିସର୍ଚ୍ଚର ଆବଶ୍ୟକତା ରହିଛି ବୋଲି ସେମାନେ କହିଛନ୍ତି ।

Govt

Comments are closed.