‘ମୈନେ ପ୍ୟାର୍‌ କିୟାର’ ରିମେକ୍‌ ପାଇଁ ଆଲିୟା-ରଣବୀର ପରଫେକ୍‌ଟ

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ବ୍ଲକବଷ୍ଟର ଫିଲ୍ମର ରିମେକ୍‌ ନିର୍ମାଣ କରିବା ଆଜିକାଲି ଟ୍ରେଣ୍ଡ୍‌ ପାଲଟିଛି । ନିକଟରେ ସଲମାନ ଖାନଙ୍କ ସୁପରହିଟ୍‌ ଫିଲ୍ମ ‘ମୈନେ ପ୍ୟାର୍‌ କିୟାର’ ରିମେକ୍‌ ଖବରକୁ ନେଇ ଇଣ୍ଡଷ୍ଟ୍ରୀରେ ଜୋରଦାର ଚର୍ଚ୍ଚା ଚାଲିଛି ଏବଂ ଇଣ୍ଟନେଟ୍‌ ଦୁନିଆରେ ଚହଳ ସୃଷ୍ଟି କରିଛି । ସୁରଜ ବଡଜାତ୍ୟାଙ୍କ ନିର୍ଦ୍ଦେଶନରେ ନିର୍ମିତ ହୋଇଥିବା ଏହି ସୁପରହିଟ୍‌ ଫିଲ୍ମରେ ଭାଗ୍ୟଶ୍ରୀ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ନିକଟରେ ଭାଗ୍ୟଶ୍ରୀ ଏକ ଇଣ୍ଟରଭୁ୍ୟରେ ଫିଲ୍ମର ରିମେକ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହା ବ୍ୟତୀତ ସଲମାନ ଏବଂ ତାଙ୍କ ରୋଲ୍‌ରେ ସେ କାହାକୁ ଦେଖିବାକୁ ଚାହୁଁଛନ୍ତି, ସେ ବିଷୟରେ ମନ ଖୋଲି ଆଲୋଚନା କରିଥିଲେ । ଇଣ୍ଟରଭୁ୍ୟରେ ଭାଗ୍ୟଶ୍ରୀଙ୍କୁ ‘ମୈନେ ପ୍ୟାର୍‌ କିୟା’ର ରିମେକରେ କାହାକୁ ଦେଖିବାକୁ ପସନ୍ଦ କରିବେ ବୋଲି ପ୍ରଶ୍ନ ପଚରାଯାଇଥିଲା । ଏହାର ଜବାବ ଦେଇ ଭାଗ୍ୟଶ୍ରୀ କହିଛନ୍ତି, ଯଦି ଫିଲ୍ମର ରିମେକ୍‌ ହୁଏ ତାହେଲେ ଆଲିୟା ଭଟ୍ଟ ତାଙ୍କ ରୋଲ୍‌ ପାଇଁ ପରଫେକଫ ହେବେ । ଆଲିୟାଙ୍କଠାରେ ସରଳତା ଏବଂ ମସ୍ତୀ ଭରି ରହିଛି । ତାଙ୍କ ମଧ୍ୟରେ ବେବି ଚାର୍ମ ଏବେ ବି ରହିଛି, ଯାହା ଅନ୍ୟ ଫିଲ୍ମରେ ଦେଖିବାକୁ ମିଳିଥାଏ । ଏହାସହ ସଲମାନ ଖାନଙ୍କ ଭୂମିକାରେ କେବଳ ରଣବୀର ସିଂହ ହିଁ ଅଭିନୟ କରିପାରିବେ ଏବଂ ରିମେକ ପାଇଁ ଆଲିୟା-ରଣବୀରଙ୍କ ଯୋଡ଼ି ଏକଦମ ଆଇଡଲ ବୋଲି ଇଣ୍ଟରଭୁ୍ୟରେ ଭାଗ୍ୟଶ୍ରୀ କହିଛନ୍ତି । ଭାଗ୍ୟଶ୍ରୀ ଖୁବଶୀଘ୍ର ତାଙ୍କର ଆଗାମୀ ଫିଲ୍ମ ରାଧେ ଶ୍ୟାମରେ ନଜର ଆସିବେ ।

Comments are closed.