ଭୟଙ୍କର ଯୁଦ୍ଧ ଭିତରେ ୟୁକ୍ରେନବାସୀଙ୍କ ବଡପଣ: ଶତ୍ରୁ ଦେଶର ସୈନ୍ୟଙ୍କୁ ଖୁଆଇଲେ ଖାଦ୍ୟ, ଭୋ ଭୋ ହୋଇ କାନ୍ଦିଲେ ଋଷ ସୈନ୍ୟ

କିଭ୍‌ : ଆକାଶରେ ଆତଙ୍କ, ମାଟି ଉପରେ ଆତଙ୍କ । କେଉଁଠି ମିସାଇଲ ମାଡ ତ’ କେଉଁଠି ଭୟଙ୍କର ବିସ୍ପୋରଣ । ଆଖି ବୁଜିଲେ ଭୟ, ଆଖି ଖୋଲିଲେ ଆତଙ୍କର ବାତାବରଣ । ରକ୍ତମୁଖା ଋଷ ସେନାର ଆକ୍ରମଣରେ କେଇ ମିନିଟରେ ମାଟିରେ ମିଶିଯାଉଛି ବଡ ବଡ ଅଟ୍ଟାଳିକା । ଚାହୁଁ ଚାହୁଁ ଶ୍ମଶାନ ପାଲଟିଯାଉଛି ସହର । ଚାରିଆଡେ ଚିତ୍କାର, ଆଖି ଯୁଆଡେ ଯୁଆଡେ ଯାଉଛି ସେଠି ଖାଲି ହାହାକାର ଆଉ ହାହାକାର । ଜୀବନ ପାଇଁ ମଣିଷ କରୁଛି ପ୍ରାଣମୂର୍ଚ୍ଛର୍ା ଉଦ୍ୟମ । କି;ୁ ଅହଙ୍କାରର ଲଢେଇ ଆଗରେ ସାଧାରଣ ମଣିଷଟିଏ ନିଜକୁ ସୁରକ୍ଷା ଦେବାରେ ହୋଇପାରୁନି ସକ୍ଷମ ।

ଏହି ଲଢେଇ ଭିତରେ କି;ୁ ୟୁକ୍ରେନ ବାସୀ ଭୁଲି ନାହାନ୍ତି ମାନବିକତା । ଶତ୍ରୁ ଦେଶର ସୈନ୍ୟଙ୍କୁ ମଧ୍ୟ ସେମାନେ ସହାୟତା କରିବାକୁ ଆଗେଇ ଆସିଛନ୍ତି । ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ଦେଖିଲେ ଆପଣ ଭଲ ଭାବରେ ବୁଝି ପାରିବେ ମାନବିକତା କେବେ ଶତ୍ରୁ କି ମିତ୍ର ଦେଖେନାହିଁ ।

ଭୟଙ୍କର ଯୁଦ୍ଧ ଭିତରେ ୟୁକ୍ରେନବାସୀଙ୍କ ବଡପଣ: ଶତ୍ରୁ ଦେଶର ସୈନ୍ୟଙ୍କୁ ଖୁଆଇଲେ ଖାଦ୍ୟ, ଭୋ ଭୋ ହୋଇ କାନ୍ଦିଲେ ଋଷ ସୈନ୍ୟ
ଏହି ଭିଡିଓରେ ଦେଖିବାକୁ ମିଳିଛି ଜଣେ ଋଷିୟ ସୈନ୍ୟଙ୍କୁ ୟୁକ୍ରେନ ନାଗରିକମାନେ ସୁରକ୍ଷା ଦେବା ସହ ଆଶ୍ୱସନା ଦେଇଛନ୍ତି । ତାଙ୍କୁ ଖାଇବା ଦେବା ସହ ପାଣି ମଧ୍ୟ ପିଇବାକୁ ଦେଉଛନ୍ତି । ଆଉ ସେତିକି ବେଳେ ଋଷ ସୈନ୍ୟ ଜଣକ କାନ୍ଦି ପକାଉଥିବାର ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ୟୁକ୍ରେନ ବାସୀ ତାଙ୍କୁ ସାହସ ଦେବା ସହ ତାଙ୍କ ମାଆଙ୍କ ସହ ତାଙ୍କୁ ଫୋନରେ କଥା ମଧ୍ୟ କରାଇ ଦେଇଛନ୍ତି । ମାଆଙ୍କ ସହ ଫୋନରେ କଥା ହେଲା ବେଳେ ସୈନ୍ୟ ଜଣକ ଭୋ ଭୋ ହୋଇ କାନ୍ଦି ପକାଉଛନ୍ତି, ଯାହା ଅତି କଠୋର ହୃଦୟ ଲୋକଙ୍କୁ ବି ତରଳାଇ ଦେବ । ଋଷର ଏହି ସୈନ୍ୟ ଖୁବ କମ ଦିନ ହେବ ସେନାରେ ଯୋଗ ଦେଇଥିଲେ । ଆଉ ଏବେ ଯେମିତି ଅନୁତାପର ନିଆଁରେ ଭାଙ୍ଗି ପଡୁଥିବାର ଦେଖିବାକୁ ମିଳିଛି । ଋଷ ସୈନ୍ୟ ୟୁକ୍ରେନ ଉପରେ ଆକ୍ରମଣ କରୁଥିଲେ ମଧ୍ୟ ମାନବିକତାକୁ ନଭୁଲି ୟୁକ୍ରେନବାସୀ ଆତ୍ମସମର୍ପଣ କରିଥିବା ଋଷ ସୈନ୍ୟଙ୍କ ସହ ଛିଡା ହୋଇଛନ୍ତି । ଶତ୍ରୁ ଦେଶର ସୈନ୍ୟଙ୍କ ପାଖରେ ଛିଡା ହୋଇ ତାଙ୍କୁ ଆଶ୍ୱସନା ଦେଇଛନ୍ତି ।

Govt

Comments are closed.