ବ୍ରାଜିଲ: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ନିଦ୍ରାହୀନତା ଏକ ଗୁରୁତର ସମସ୍ୟାରେ ପରିଣତ ହୋଇଛି । ଅଫିସ୍ କାର୍ଯ୍ୟର ଚାପ ହେଉ କିମ୍ବା ଅନ୍ୟ କୌଣସି ସମସ୍ୟା, ଏଗୁଡିକର ସିଧା ପ୍ରଭାବ ଆମ ନିଦ୍ରା ଉପରେ ପଡୁଛି । ତେବେ ନିଦ୍ରାହୀନତା କାରଣରୁ ଆମେ ଆମ ଚାଲିବା କିମ୍ବା ଦୌଡିବା ଉପରେ ନିୟନ୍ତ୍ରଣ ହରାଇବା ବୋଲି ଏକ ସର୍ଭେରୁ ଜଣାପଡିଛି । ବ୍ରାଜିଲର ୟୁନିଭର୍ସିଟି ଅଫ୍ ସାଓ ପୱଲୋର ଗବେଷକଙ୍କ ମତରେ ନିଦ୍ରାହୀନତା ଆମର ଚାଲିବା ଶକ୍ତି ଉପରେ ଥିବା ନିୟନ୍ତ୍ରଣକୁ କମାଇଥାଏ ।
ଛାତ୍ରଛାତ୍ରୀ ଓ ସେ୍ୱଚ୍ଛାସେବୀଙ୍କୁ ନେଇ ହୋଇଥିବା ଏକ ଗବେଷଣାର ଏହି ଫଳାଫଳ ନଜରକୁ ଆସିଛି । କିଛି ଛାତ୍ର ରାତିରେ ଠିକ୍ ନିଦ ଶୋଇଥିବା ବେଳେ କିଛି କମ୍ ନିଦ ଶୋଇଥିଲେ । ସକାଳୁ ସମସ୍ତଙ୍କୁ ଏକ ଟ୍ରେଡ୍ମିଲ୍ରେ ଚଲାଯାଇଥିଲା । ତେବେ ଯେଉଁମାନେ ସଠିକ୍ ସମୟ ଶୋଇଥିଲେ ସେମାନେ ଟ୍ରେଡ୍ମିଲ୍ରେ ଭଲ ଭାବେ ଚାଲିଥିବା ବେଳେ ଯେଉଁମାନେ କମ ଶୋଇଥିଲେ ସେମାନେ ଏତେ ଭଲ କରିନଥିଲେ । ତେଣୁ ନିଦ୍ରାହୀନତା ଆମର ଚାଲିବା ଉପରେ ପ୍ରଭାବ ପକାଇବ ବୋଲି ଗବେଷକମାନେ ମତ ଦେଇଛନ୍ତି ।

Comments are closed.