ଉତ୍ତର କୋରିଆର ମିସାଇଲ୍‌ ପରୀକ୍ଷଣକୁ ବିରୋଧ କରୁଛି ଦକ୍ଷିଣ କୋରିଆ

ସିଓଲ୍‌: ମଇ ୨୫: ଆଜି ଉତ୍ତର କୋରିଆ ପରୀକ୍ଷା କରିଥିବା ୩ଟି କ୍ଷେପଣାସ୍ତ୍ରରୁ ଗୋଟିଏ ବାଲିଷ୍ଟିକ୍‌ ମିସାଇଲ୍‌ ବୋଲି ସନ୍ଦେହ ହେଉଥିବା କଥା ଦକ୍ଷିଣ କୋରିଆ ସରକାର କହିଛନ୍ତି । ଦକ୍ଷିଣ କୋରିଆ ସରକାର କହିଛନ୍ତି, ଉତ୍ତେଜନା ଉଦ୍ରେକକାରୀ ଏହି ସବୁ କ୍ଷେପଣାସ୍ତ୍ର ପରୀକ୍ଷା ଆନ୍ତର୍ଜାତିକ ଶାନ୍ତି ପ୍ରତି ବିପଜ୍ଜନକ । ଏଭଳି ଉତ୍ତେଜନା ସୃଷ୍ଟି କଲେ ଉତ୍ତର କୋରିଆ ଆନ୍ତର୍ଜାତିକ ସ୍ତରରେ ଏକଘରିଆ ହେବା ଛଡ଼ା କିଛି ଲାଭ ହେବନାହିଁ । ଦକ୍ଷିଣ କୋରିଆର ଚିଫ୍‌ ବିବୃତିରେ କହିଛନ୍ତି ଯେ, ଆଜି ସକାଳ ୬ଟାରୁ ୭ ମଧ୍ୟରେ ପିୟୋଙ୍ଗ୍ୟାଙ୍ଗ୍‌ ନିକଟରୁ ଗୋଟିକ ପରେ ଗୋଟିଏ ନିକ୍ଷେପ କରାଯାଇଥିବା ୩ଟିଯାକ କ୍ଷେପଣାସ୍ତ୍ର ଉତ୍ତର କୋରିଆର ପୂର୍ବ ଉପକୂଳର ସୁଦୂର ସମୁଦ୍ର ଆଡ଼କୁ ଗତି କରିଥିଲା । ଉତ୍ତର କୋରିଆର ଏହି ଦୂରଗାମୀ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ହେଉଛି ଯୁକ୍ତରାଷ୍ଟ୍ର ଆମେରିକାର ମେନ୍ଲାଣ୍ଡ୍‌ ଉପରେ ଆଣବିକ ଆକ୍ରମଣ କରିବାର ସାମର୍ଥ୍ୟ ହାସଲ କରିବା । ପୂର୍ବରୁ ମଧ୍ୟ ଦକ୍ଷିଣ କୋରିଆର ସେନା କହିଥିଲା କି, ଦୁଇ ସପ୍ତାହ ପରେ ପୁନର୍ବାର ପୂର୍ବ ଉପକୂଳରେ ଉତ୍ତର କୋରିଆ ୩ଟି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରିଛି । ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଏସିଆ ଗସ୍ତ କାର୍ଯ୍ୟକ୍ରମ ର୍ନିଦ୍ଧାରଣ ହେବା ପରେ ଉତ୍ତର କୋରିଆ ଏହି ସବୁ କ୍ଷେପଣାସ୍ତ୍ର ପରୀକ୍ଷା ଆରମ୍ଭ କରିଛି । ଉତ୍ତର କୋରିଆର କ୍ଷେପଣାସ୍ତ୍ର ପରୀକ୍ଷା ସଂକ୍ରାନ୍ତରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସ୍ୱଳ୍ପରେ ଅବଗତ କରାଯାଇଥିବା କଥା ହ୍ୱାଇଟ୍‌ ହାଉସ୍‌ କହିଛି । ଅଧିକ କିଛି ସୂଚନା ଆସିଲେ ତାହା ମଧ୍ୟ ରାଷ୍ଟ୍ରପତିଙ୍କୁ ଜଣାଇ ଦିଆଯିବ ବୋଲି ହ୍ୱାଇଟ୍‌ ହାଉସ୍‌ କହିଛି ।

Govt

Comments are closed.