ଇନ୍ଦ୍ରଧୁନ ୟୁକେଲିପଟ୍‌ସ୍‌ ଗଛ

ଚିତ୍ର ଦେଖି ଆପଣ ଭାବୁଥିବେ ଯେ ଏହା ନିଶ୍ଚିତ ଭାବେ ଫଟୋସପ୍‌ ଫଟୋ ହୋଇଥିବ । ତାହେଲେ ଆପଣ ଭୁଲ୍‌ । ବାସ୍ତବରେ ଏହା ଏକ ଗଛ, ଯାହା ଇନ୍ଦ୍ରଧନୁ ପରି ରଙ୍ଗୀନ । ଯେତେବେଳେ ଏହି ଗଛଗୁଡ଼ିକରେ ଛେଲି ଛାଡ଼ିବା ଆରମ୍ଭ ହୁଏ, ସେତେବେଳେ ଏହା ଇନ୍ଦ୍ରଧୁନଠାରୁ କମ୍‌ ଦେଖାଯାଏ ନାହିଁ ।
 ଇନ୍ଦ୍ରଧୁନ ୟୁକେଲିପଟ୍‌ସ୍‌ ଗଛ

କିଛି ଦିନ ତଳେ ଜଣେ ଭାରତୀୟ ବନ ସେବା ଅଧିକାରୀ ଏହି ଅଦ୍ଭୁତ ଗଛର ଫଟୋ ଟ୍ୱିଟରରେ ସେୟାର କରିଥିଲେ, ଯାହା ଭାଇରାଲ ହେବାରେ ଲାଗିଛି । ଗଛର ରଙ୍ଗକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ ଗଛର ନାମ ‘ୟୁକେଲିପଟ୍‌ସ ଡିଗ୍‌ଲୁପ୍‌ଟା’ ।

 ଇନ୍ଦ୍ରଧୁନ ୟୁକେଲିପଟ୍‌ସ୍‌ ଗଛ

ହେଲେ ସମଗ୍ର ବିଶ୍ୱ ଏହାକୁ ‘ଇନ୍ଦ୍ରଧୁନ ୟୁକେଲିପଟ୍‌ସ୍‌’ ନାମରେ ଜାଣେ । ଏହି ଅଦ୍ଭୁତ ଏବଂ ଅବିଶ୍ୱସନୀୟ ବୃକ୍ଷ ମୁଖ୍ୟତଃ ହୱାଇ, ଫିଲିପିନ୍ସ, ଇଣ୍ଡୋନେସିଆ, ପପୁଆ ନୁ୍ୟ ଗିନୀ, କ୍ୟାଲିଫର୍ଣ୍ଣିଆ, ଟେକ୍ସାସ ଏବଂ ଫ୍ଲୋରିଡାରେ ଦେଖିବାକୁ ମିଳେ । ଏହି ଗଛର ଛାଲ ସ୍ୱାଭାବିକ ଭାବରେ ବିଭିନ୍ନ ରଙ୍ଗରେ ପରିଣତ ହୁଏ । ଗଛର ଛାଲ ଯେତେ ପରିପକ୍ୱ ହେବ, ତାହା ନୀଳ, ବାଇଗଣୀ, କମଳା ଏବଂ ଲାଲ ରଙ୍ଗରେ ପରିବର୍ତ୍ତିତ ହୋଇଥାଏ ।
 ଇନ୍ଦ୍ରଧୁନ ୟୁକେଲିପଟ୍‌ସ୍‌ ଗଛ

ଏହି ବୃକ୍ଷ ଆଦ୍ର ପରିବେଶରେ ଏବଂ ପ୍ରତି ଋତୁରେ ୩ ଫୁଟ ପର୍ଯ୍ୟନ୍ତ ବଢ଼ିଥାଏ । ଉପଯୁକ୍ତ ପରିବେଶରେ ଏହା ୨୫୦ ଫୁଟ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ, ହେଲେ ଆମେରିକାରେ ଏହା କେବଳ ୧୨୫ ଫୁଟ୍‌ ପର୍ଯ୍ୟନ୍ତ ହୋଇଥାଏ ।

 ଇନ୍ଦ୍ରଧୁନ ୟୁକେଲିପଟ୍‌ସ୍‌ ଗଛ
୧୯୨୯ରେ ପ୍ରଥମ ଇନ୍ଦ୍ରଧନୁ ବୃକ୍ଷ ହୱାଇରେ ଦେଖିବାକୁ ମିଳିଥିଲା । ତେବେ ଏହା କେବଳ ସୁନ୍ଦର ଦେଖିବାକୁ ନୁହେଁ ବରଂ ଏହାର ପତ୍ରରୁ ବାହାର କରାଯାଉଥିବା ତେଲରେ ଔଷଧୀୟ ପ୍ରଭାବ ରହିଛି ।

Govt

Comments are closed.