ଟଙ୍କା ଦେଇ ଇଟାଲୀବାସୀ କୋଭିଡ ସଂକ୍ରମିତଙ୍କ ସହିତ କରୁଛନ୍ତି ‘କୋଭିଡ୍‌ ପାର୍ଟି’

ଇଟାଲି: ସାରା ବିଶ୍ୱର ଲୋକ ମହାମାରୀ କୋଭିଡଠାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଉପାୟ କରୁଛନ୍ତି । କିଏ ଘରେ ମାସ୍କ ପିନ୍ଧୁଛି ତ’ କିଏ ଭୟରେ ବାହାରକୁ ବାହାରୁନି । ସରକାର ମଧ୍ୟ କୋଭିଡ଼ ନବ୍ୟାପିବା ପାଇଁ ବହୁ ନିମୟ କରୁଛି । କୋଭିଡ ଟିକା ମାଗଣାରେ ପ୍ରଦାନ କରୁଛି । ହେଲେ କିଛି ଲୋକ ଅଛନ୍ତି, ଯେଉଁମାନେ କୋଭିଡ ଟିକା ନନେବା ପାଇଁ ଘରେ ଲଚି ବସୁଛନ୍ତି କିମ୍ବା ବିଭିନ୍ନ ଅଜବ ଉପାୟ କରୁଛନ୍ତି । ଏହିଭଳି ଏକ ଅଜବ ଉପାୟ ହେଉଥିବା ଦେଖିବାକୁ ମିଳିଛି ଇଟାଲି ଦେଶରେ । ଇଟାଲୀବାସୀ କୋଭିଡ ଟିକା ନନେବା ପାଇଁ ଟଙ୍କା ଖର୍ଚ୍ଚ କରି ‘କୋଭିଡ୍‌ ପାର୍ଟି’ରେ ସାମିଲ ହେଉଛନ୍ତି ।

ଡେଲିମେଲ୍‌ର ଏକ ରିପୋର୍ଟ ଅନୁସାରେ, ଇଟାଲିରେ ଏବେ ‘ଆଣ୍ଟି ଭାକ୍‌ସର’ ନାମକ ଏକ ଅଭିଯାନ ଚାଲିଛି । ୨୦୨୨ ଫ୍ରେବୃଆରୀରେ ଇଟାଲି ସରକାର କୋଭିଡ୍‌ ଟିକାକୁ ବାଧ୍ୟତାମୂଳକ କରିବାକୁ ଯାଉଛନ୍ତି । ୫୦ ବର୍ଷ ବୟସ୍କ ବ୍ୟକ୍ତି ବାଧ୍ୟତାମୂଳକ ଟିକା ନେବେ । ଟିକା ନନେଲେ ସରକାର ଜୋରିମାନା ସହିତ ଚାକିରିରୁ ବରଖାସ୍ତ କରିବେ । ଏହାକୁ ବିରୋଧ କରି ଇଟାଲୀବାସୀ ଏହି ଅଭିଯାନ ଆରମ୍ଭ କରିଛନ୍ତି ।
ଟଙ୍କା ଦେଇ ଇଟାଲୀବାସୀ କୋଭିଡ ସଂକ୍ରମିତଙ୍କ ସହିତ କରୁଛନ୍ତି ‘କୋଭିଡ୍‌ ପାର୍ଟି’
ଅଭିଯାନ ଅନ୍ତର୍ଗତେ ୧୦ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରି ଲୋକମାନେ କୋଭିଡ ପଜିଟିଭ୍‌ ଥିବା ବ୍ୟକ୍ତିଙ୍କ ସହିତ ଡିନର ଏବଂ ନାଚଗୀତ କରୁଛନ୍ତି । ଏମିତି କଲେ ସୁସ୍ଥ୍ୟ ବ୍ୟକ୍ତି କୋଭିଡ୍‌ରେ ପଜିଟିଭ୍‌ ହେବେ । ଫଳରେ ଟିକା ନେବାକୁ ପଡ଼ିବ ନାହିଁ । ତେବେ ସରକାର ଏହିପରି ପାର୍ଟି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ତଥାପି କେତେକ ସ୍ଥାନରେ ଅବୈଧ ଭାବେ ଏହି ପାର୍ଟିର ଆୟୋଜନ ହୋଉଛି ।

ଟଙ୍କା ଦେଇ ଇଟାଲୀବାସୀ କୋଭିଡ ସଂକ୍ରମିତଙ୍କ ସହିତ କରୁଛନ୍ତି ‘କୋଭିଡ୍‌ ପାର୍ଟି’
ତୁସ୍କାନୀ ଅଞ୍ଚଳର ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଏହିପରି ପାର୍ଟିରେ ଯୋଗ ଦେବା ପାଇଁ ଖୋଲାଖୋଲି ଭାବେ ଇଚ୍ଛା ପ୍ରକାଶ କରିଛନ୍ତି ଏବଂ ସେଥିପାଇଁ ସେ ସଂକ୍ରମିତଙ୍କୁ ୧୧ ହଜାର ଟଙ୍କା ଦେବା ପାଇଁ ଆଗ୍ରହ କରିଛନ୍ତି ।

Govt

Comments are closed.