କୋରାପୁଟରେ ଆର୍ନ୍ତଜାତୀୟ କଫି ଦିବସ

କୋରାପୁଟ : ଅକ୍‌ଟୋବର ୨ : ଶନିବାର କୋରାପୁଟର କଫି ବୋର୍ଡଠାରେ ଆନ୍ତର୍ଜାତୀୟ କଫି ଦିବସ ପାଳନ ହୋଇଯାଇଛି । ବିଶ୍ୱର ବିଭିନ୍ନ ସ୍ଥାନରେ କଫି ପ୍ରେମୀ କଫିର ସ୍‌ୱାଦ ନେଉଥିବା ବେଳେ କୋରାପୁଟ କଫି ଏବେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି । କୋରାପୁଟର କଫିକୁ ନେଇ ସମସ୍ତେ ଉତ୍ସାହିତ ଥିବାବେଳେ କଫି ବୋର୍ଡ ଆନୁକୂଲ୍ୟରେ ‘ପୁରୁଣା ବସ୍ତ୍ର ଦେଇ କଫି କପେ ପିଅ’ ଆନ୍ତର୍ଜାତିକ କଫି ଦିବସରେ କୋରାପୁଟ କଫି ବୋର୍ଡର ଅଭିନବ ପ୍ରୟାସ ଆରମ୍ଭ ହୋଇଛି । କୋରାପୁଟର କଫି ବ୍ରାଣ୍ଡ ‘କୋରାପୁଟ କଫି’ ଭାବେ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ହାସଲ କରିଥିବା ବେଳେ ଏବେ ଆମାଜନରେ ମଧ୍ୟ ମିଳୁଛି । କୋରାପୁଟ କଫିର ଆରବିକା ଫ୍ଳେବରକୁ ସମସ୍ତେ ଆଦୃତ କରିଛନ୍ତି । କୋରାପୁଟର ଜଳବାୟୁ, ଭିତ୍ତିଭୂମି ଓ ଅର୍ଥନୈତିକ ସ୍ତରରେ ଆଦିବାସୀଙ୍କୁ ଅଭିବୃଦ୍ଧି କରୁଥିବା ସହ ପର୍ଯ୍ୟଟନ କ୍ଷେତ୍ରରେ ଅନେକ ସମ୍ଭାବନା ରହିଥିବା ଦେଖା ଦେଇଛି ।
କଫିର ଗୁଣ କଫି ଦ୍ୱାରା ହୋଉଥିବା ଲାଭ ଓ ବିଶେଷ କରି କୋରାପୁଟ କଫିକୁ ବିଶ୍‌ ସ୍ତରରେ କିପରି ଅଧିକ ଆଦୃତ କରାଯାଇପାରିବ ତାହା ଉପରେ ଆଲୋଚନା ହୋଇଥିଲା । କୋରାପୁଟରେ ଅବସ୍ଥାପିତ ଯୁବ ଆଇଏଏସ ଅଧିକାରୀ ବେଦଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟପଟେ କଫି ବୋର୍ଡର ବରିଷ୍ଠ ସମ୍ପର୍କ ଅଧିକାରୀ ଉପେନ୍ଦ୍ର କୁମାର ସାହା କହିଛନ୍ତି ଭାରତରେ କଫିଚାଷ ହିଁ ଦୀର୍ଘସ୍ଥାୟୀ । କୋରାପୁଟ କଫି ହେବ ବିଶ୍ୱ ପରିଚିତ ଓ କଫିଚାଷ ହିଁ କୋରାପୁଟ ର ଆଦିବାସୀ ଚାଷୀଙ୍କୁ ଆଣିଦେବ ଅର୍ଥନୈତିକ ଅଭିବୃଦ୍ଧି ବୋଲି ସେ କହିଛନ୍ତି । କୋରାପୁଟର ନୂତନ ପିଢ଼ି ପାଇଁ କଫି ଏକ ଉଜ୍ଜ୍ୱଳ ଭବିଷ୍ୟତ ଆଣିଦେବ ବୋଲି କୋରାପୁଟରେ ଅପସ୍ଥାପିତ ଆଇଏଏସ ବେଦଭୂଷଣ ଆଶାପୋଷଣ କରିଛନ୍ତି । ଆଜି କୋରାପୁଟରେ ଆନ୍ତର୍ଜାତୀୟ କଫି ଦିବସ ପାଳନ ଅବସରରେ ସେ ଏହି ମତ ରଖିଛନ୍ତି । କୋରାପୁଟରେ ସରକାରୀ ଓ ବେସରକାରୀ ଉଦ୍ୟମରେ ପ୍ରତିଷ୍ଟିତ କଫି ବଗିଚାଗୁଡିକ କୋରାପୁଟକୁ ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂତନ ଦିଗନ୍ତ ଉନ୍ମୋଚନ କରିବା ସହିତ ଏକ ସୁସ୍ଥ ପରିବେଶ ସୃଷ୍ଟି କରିପାରିବ ବୋଲି କର୍ପୋରେଟ ବ୍ୟବସାୟ କ୍ଷେତ୍ରରେ ଉଚ୍ଚ ପଦବୀକୁ ପରିତ୍ୟାଗ କରି କୋରାପୁଟରେ କଫି ଚାଷରେ ବଳକା ଜୀବନ ବିତାଇବା ପାଇଁ ଚାଲିଆସିଥିବା କଫି ଉଦ୍ୟୋଗୀ ସୁବ୍ରତ ଦାସ ଜଣାଇଛନ୍ତି । ଘରେ ଘରେ କଫି ପିଇବା ପାଇଁ ପ୍ରୋତ୍ସାହିତ କରିବା ଦିଗରେ ଉଦ୍ୟମ କରାଯାଉଥିବା ନିଜସ୍ୱ ଉଦ୍ୟମରେ ସ୍ଥାପିତ କରିଥିବା କଫି ଉଦ୍ୟୋଗୀ ସୁଶାନ୍ତ ପଣ୍ଡା ଜଣାଇଛନ୍ତି ।

Govt

Comments are closed.