କର୍ଣ୍ଣାଟକ: ଭାରତରେ ଏଭଳି ଅନେକ ସ୍ଥାନ ଅଛି ଯାହାର ରହସ୍ୟ ବୈଜ୍ଞାନିକମାନେ ମଧ୍ୟ ଉନ୍ମୋଚନ କରିପାରିନାହାନ୍ତି । ଏହି ରହସ୍ୟମୟୀ ସ୍ଥାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଏହାର ରହସ୍ୟକୁ ନେଇ ମଧ୍ୟ ଅନେକ ଲୋକକଥା ପ୍ରଚଳିତ ହୋଇଥାଏ । ସେହିଭଳି ଏକ ଚର୍ଚ୍ଚ ରହିଛି କର୍ଣ୍ଣାଟକରେ, ଯାହା ନିଜର ସ୍ୱତନ୍ତ୍ରତା ପାଇଁ ସବୁଆଡେ ପରିଚିତ । ଏହି ଚର୍ଚ୍ଚଟି ଭାସମାନ ଅବସ୍ଥାରେ ରହିଛି । ସ୍ଥାନୀୟ ଲୋକ ଏହାକୁ ପହଁରୁଥିବା ଚର୍ଚ୍ଚ ନାମରେ ଜାଣିଥାଆନ୍ତି ।
ତେବେ ଏହି ଚର୍ଚ୍ଚର ନିର୍ମାଣ ଶୈଳୀ ଖୁବ୍ ସୁନ୍ଦର । ୧୮୬୦ ମସିହାରେ ଫ୍ରେଞ୍ଚ ମିସନରିଜ୍ ଏହି ଚର୍ଚ୍ଚର ନିର୍ମାଣ କରିଥିଲେ । ତେବେ ଏହି ଚର୍ଚ୍ଚ ବର୍ତ୍ତମାନ ଭୂତକୋଠିରେ ପରିଣତ ହୋଇସାରିଛି । ଏହି ଚର୍ଚ୍ଚର ଏକ ନିଆରା ଗୁଣ ଏହା ବର୍ଷା ସମୟରେ ପାଣିରେ ବୁଡି ଯାଇଥାଏ । ବର୍ଷାଦିନେ ଚର୍ଚ୍ଚର କେବଳ ଉପରିଭାଗ ବାହାରକୁ ଦେଖାଯାଇଥାଏ । ତେବେ ୧୯୬୦ରେ ହେମାବତୀ ନଦୀରେ ବନ୍ଧ ବନ୍ଧାଯାଇଥିଲା, ଯାହାପରେ ଏହି ଚର୍ଚ୍ଚଟି ଭୂତକୋଠିରେ ପରିଣତ ହୋଇଯାଇଥିଲା । ଚର୍ଚ୍ଚଟି ବର୍ତ୍ତମାନ ପକ୍ଷୀଙ୍କର ଘର ପାଲଟିଛି । ଏଠାକୁ ପର୍ଯ୍ୟଟକଙ୍କ ଆସିବା କମିଯାଇଛି । ହେଲେ ଏହା ନିଜର ରହସ୍ୟ ପାଇଁ ଆଜି ମଧ୍ୟ ଲୋକଙ୍କ ମଧ୍ୟରେ ପରିଚିତ ।

Comments are closed.