ଗୋଆ: ଗୋଆରେ ଖୋଲିଛି ଦେଶର ପ୍ରଥମ ମଦ ସଂଗ୍ରହାଳୟ ।
ଏହି ସଂଗ୍ରହାଳୟ ଖୋଲିବା ପଛରେ ଗୋଆର ନିଜସ୍ୱ ପାନୀୟ ଫେଣିକୁ ସର୍ବଭାରତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରିବାର ଉଦ୍ଦେଶ୍ୟ ରହିଛି ବୋଲି ଏହାକୁ ନିର୍ମାଣ କରିଥିବା ବ୍ୟକ୍ତି ପ୍ରକାଶ କରିଛନ୍ତି ।
ତେବେ ଭାରତରେ ଏଭଳି ସଂଗ୍ରହାଳୟ ପ୍ରଥମଥର ପାଇଁ ଖୋଲା ଯାଇଛି । ସଂଗ୍ରହାଳୟରେ ଅନେକ ପ୍ରକାରର ମଦ ବୋତଲ ସହ ଗ୍ଲାସ୍ ରହିଛି । ଏହି ବୋତଲରେ ରହିଛି ଅନେକ ବର୍ଷର ପୁରୁଣା ମଦ ବୋତଲ ।
କେବଳ ବୋତଲ ନୁହେଁ ପୁରୁଣା ଗ୍ଲାସ ସହିତ ଏହାକୁ ନିର୍ମାଣ କରିବାର ବ୍ୟବହାର ହୋଇଥିବା ପୁରୁଣା ଉପକରଣ ମଧ୍ୟ ଏହି ସଂଗ୍ରହାଳୟରେ ସ୍ଥାନ ପାଇଛି ।
ଏହି ସଂଗ୍ରହାଳୟରେ ମଦକୁ ନେଇ ଥିବା ବହୁ ପୁରୁଣା ଇତିହାସ ସମ୍ବନ୍ଧରେ ତଥ୍ୟ ମିଳିବ ।
ଅନେକ ବର୍ଷ ପୂର୍ବରୁ ମଦକୁ କିଭଳି ସଂରକ୍ଷିତ କରି ରଖାଯାଉଥିଲା, କିଭଳି ଏହାକୁ ପ୍ରସ୍ତୁତ କରାଯାଉଥିଲା ସେ ସମସ୍ତ ବିଷୟରେ ତଥ୍ୟ ଏହି ସ୍ଥାନରୁ ମିଳିପାରିବ ।

Comments are closed.