ବଣୁଆ ଶିମ୍ପାଞ୍ଜୀମାନଙ୍କଠାରେ କୁଷ୍ଠ ରୋଗ ଚିହ୍ନଟ

ଆଫ୍ରିକା: ପଶ୍ଚିମ ଆଫ୍ରିକାର ବଣୁଆ ଶିମ୍ପାଞ୍ଜୀମାନଙ୍କଠାରେ କୁଷ୍ଠ ରୋଗ ଚିହ୍ନଟ ହୋଇଛି । ଏହା ଦୁନିଆର ପ୍ରଥମ ଘଟଣା ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ନିକଟରେ ବୈଜ୍ଞାନିକମାନେ ଆକ୍ରାନ୍ତ ଶିମ୍ପାଞ୍ଜୀଙ୍କର ଚିତ୍ର ସେୟାର କରିଛନ୍ତି, ଯେଉଁଥିରେ ସେମାନଙ୍କ ମୁହଁରେ ଛୋଟ ଛୋଟ ଆବୁ ବାହାରିଥିବା ଦେଖିବାକୁ ମିଳିଛି । ତେବେ ଦୁଇ ଶିମ୍ପାଞ୍ଜୀଙ୍କଠାରେ ଏପରି ମାମଲା ସାମ୍ନାକୁ ଆସିଛି । ପ୍ରଥମ ଶିମ୍ପାଞ୍ଜୀ ଗୁନିଆ ବିସ୍ସìର ହୋଇଥିବା ବେଳେ ଦ୍ୱିତୀୟ ଶିମ୍ପାଞ୍ଜୀ ଦ ଆଇବରୀ କୋଷ୍ଟର ଅଞ୍ଚଳର । ‘ଏକ୍ସଟର ୟୁନିଭର୍ସଟି’ର ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ମନୁଷ୍ୟଙ୍କଠାରେ ଦେଖାାଉଥିîବା କୁଷ୍ଠ ରୋଗର ଲକ୍ଷଣ ଶିମ୍ପାଞ୍ଜୀରେ ଦେଖାଯାଉଥିବା ଲକ୍ଷଣ ଠାରୁ ଭିନ୍ନ । ତେବେ ଶିମ୍ପାଞ୍ଜୀରେ ଏହା କିପରି ଘଟିଲା ତାହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ବଣୁଆ ଶିମ୍ପାଞ୍ଜୀମାନଙ୍କଠାରେ କୁଷ୍ଠ ରୋଗ ଚିହ୍ନଟ

ହେଲେ ଏହି ରୋଗ କୌଣସି ବଣୁଆ ଜନ୍ତୁ ମାଧ୍ୟମରେ ଆସିଥିବା ବୈଜ୍ଞାନିକମାନେ ଅନୁମାନ କରିଛନ୍ତି । ସେପଟେ ବୈଜ୍ଞାନିକମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ଦୁଇ ଦଶକରେ ପଶୁମାନଙ୍କଠାରେ କୁଷ୍ଠରୋଗ ମାମଲା ମିଳିବାରେ ଲାଗିଛି । ବ୍ରିଟେନ ଏବଂ ଆମେରିକାର ସ୍ତନ୍ୟପାୟୀ ପ୍ରାଣୀଠାରେ ମଧ୍ୟ ଏହି ରୋଗ ମିଳିଛି ଏବଂ ବର୍ତ୍ତମାନ ଏହା ଶିମ୍ପାଞ୍ଜୀଙ୍କଠାରେ ଚିହ୍ନଟ ହୋଇଛି । ଏହି ମାମଲା ସମ୍ପର୍କରେ ଅନୁଧ୍ୟାନ କରୁଥିବା ଡକଫର କିମ୍ବରଲେ ହକିଙ୍ଗ୍‌ କହିଛନ୍ତି ଯେ, ଆଫ୍ରିକାର କୌଣସି ପଶୁଠାରେ ଏପରି ରୋଗ ଆକ୍ରାନ୍ତ କରିବାର ଏହା ହେଉଛି ପ୍ରଥମ ଘଟଣା । ସେମାନଙ୍କର ନମୁନା ନେବା ପରେ ପୁରା ଘଟଣାର ଅନୁସନ୍ଧାନ କରାଯାଇଛି ।

ରିସର୍ଚ୍ଚରୁ ଜଣାପଡ଼ିଛି, ଶିମ୍ପାଞ୍ଜୀରେ ଦେଖାଯାଉଥିବା ଲକ୍ଷଣଗୁଡ଼ିକରୁ ଅନୁମାନ କରାଯାଇଛି ଯେ ଏହି ରୋଗର ଏହା ଏକ ଗମ୍ଭୀର ଅବସ୍ଥାର ଲକ୍ଷଣ । ଜର୍ମାନୀର ‘ରୋବର୍ଟ କୋଚ୍‌ ଇନଷ୍ଟିଚୁ୍ୟଟ’ର ପ୍ରଫେସର ଫାବିଏନ କହିଛନ୍ତି ଯେ, କୁଷ୍ଠରୋଗରେ ପୀଡ଼ିତ ମଣିଷମାନଙ୍କର ଆରୋଗ୍ୟ କରିବା ସହଜ କିନ୍ତୁ ବନ୍ୟପ୍ରାଣୀରେ ଶିମ୍ପାଞ୍ଜୀର ଚିକିତ୍ସା କରିବା ପ୍ରକୃତରେ ସେମାନଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି ।

Comments are closed.