ଇମ୍ରାନ ସରକାରର ହେବ ପତନ !

ସମୟ ଲାଇଭ,୧/୧୧: ପାକିସ୍ତାନରେ ଏବେ ଇମ୍ରାନ ବିରୋଧି ନାରା ଜୋର ଧରିଲାଣି। ପାକିସ୍ତାନର ଦକ୍ଷୀଣ ପନ୍ଥୀ ମୈାଲାନା ଫଜଲୁର ଇମ୍ରାନଙ୍କୁ ଗାଦିଚ୍ୟୁତ କରିବା ପାଇଁ ଆରମ୍ଭ କରିଲେଣି ରାଲି। ଦେଶରେ ଜନ ବିରୋଧି ଅସନ୍ତୋଷ ସାଙ୍ଗକୁ ବିଶ୍ୱ ସମୁଦାୟ ଆଗରେ ପାକିସ୍ତାନର ଚେହେରା ଏବେ ପୁରା ଖରାପ ବୋଲି ଦେଶବାସୀ ହୃଦୟଙ୍ଗମ କରିଲେଣି। ଅନ୍ୟପଟେ ପାକିସ୍ତାନୀଙ୍କର ମୈଲାନା ମାନଙ୍କ ଉପରେ ଅଖଣ୍ଡ ଭରଷା ଓ ବିଶ୍ୱାସ ରହିଛି। ଯାହା ବିରୋଧି ମାନଙ୍କୁ ଇମ୍ରାନଙ୍କୁ ଗାଦିଚ୍ୟୁତ କରିବା ପାଇଁ ସହାୟକ ହେବ ବୋଲି ଶୁଶାଯାଉଛି ଏକ ବିଶାଳ ରାଲି ସିନ୍ଧ ପ୍ରଦେଶରୁ ବାହାରି ସୁକୁର, ମୁଲତାନ, ଲାହୋର ଆଦି ସ୍ଥାନ ଦେଇ ରାଜଧାନୀ ଇସଲାମ ବାଦରେ ରାଲି ପହଁଚିଛି । ଇମରାନ ତୁରନ୍ତ ପଦରୁ ଇସ୍ତଫା ଦିଅନ୍ତୁ ନ ଦେଲେ ତାଙ୍କୁ ପଦରୁ ଜୋର ଜବରଦସ୍ତ ହଟାଯିବ ବୋଲି କୁହାଯାଇଛି । ଇମରାନଙ୍କ ପ୍ରଧାନମନ୍ତ୍ରୀ କାଳରେ ଦେଶର ଅର୍ଥନୀତି ଭୁଶୁଡି ପଡିଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଅପର ପକ୍ଷରେ କାଶ୍ମୀର ପ୍ରସଙ୍ଗରେ ବିଶ୍ୱବ୍ୟପୀ ଜନମତ ସୃଷ୍ଟି କରିବାରେ ଇମରାନ ବିଫଳ ହୋଇଥିବାରୁ ବିରୋଧୀ ତଥା ସେଠାକାର ନାଗରିକ ଇମରାନ ସରକାରକୁ ବିରୋଧ କରୁଛନ୍ତି ।
ଦେଶରେ ଦରବୃଦ୍ଧ, ବେକାରୀ, ଦୁର୍ବଳ ଅର୍ଥନୀତି ଓ ଆତଙ୍କବାଦୀଙ୍କୁ ପ୍ରଶୟ ଦେବା ଆଦି ଘଟଣାରେ ଇମ୍ରାନ ଏବେ ବିଶ୍ୱ ସମୁଦାୟ ଆଗରେ ଲଜ୍ଜିତ ହୋଇଯାଇଛନ୍ତି

Launching Ceremony of “AYUSHMAN BHARAT

Comments are closed.