ଡର୍ମାଟାଇଟିସ୍‌

ଡର୍ମାଟାଇଟିସ୍‌ ମୁଖ୍ୟତଃ ତିନି ପ୍ରକାରର ଦେଖିବାକୁ ମିଳିଥାଏ । ଯଥା: ଆଟୋପିକ ଡର୍ମାଟାଇଟିସ, ଇରିଟାଣ୍ଟ କଣ୍ଟାକଫ ଡର୍ମାଟାଇଟିସ ଓ ସଫାସିସ ଡର୍ମାଟାଇଟିସ । ବିଶେଷ କରି ଝାଳ ଲାଗି ସଂକ୍ରମିତ ଯୋଗୁଁ ଏହି ରୋଗ ହୋଇଥାଏ । ସେହିପରି କୌଣସି ସ୍ଥାନରେ ବାରମ୍ବାର ପାଣି ଲାଗି ରହିଲେ, ଏହି ରୋଗ ହେବାର ସମ୍ଭାବନା ରହିଥାଏ ।

ଲକ୍ଷଣ
ଡର୍ମାଟାଇଟିସ୍‌ ହେଲେ ଚର୍ମରେ ଛୋଟ ଛୋଟ ଫୋଟକା ଦେଖାଯାଏ । ଚର୍ମ କୁଣ୍ଡେଇ ତାହା ଫାଟି ଯାଏ ଓ ଶୁଖିଲା ଚର୍ମ ଏବଂ ଦାଗ ଭଳି ଦେଖାଯାଏ । ଚର୍ମରେ କୁଞ୍ଚନ, ଶୁଷ୍କ ଏବଂ ଦାଗ ଭଳି ଲକ୍ଷଣ ଦେଖାଏ । ବେଳେବେଳେ ପ୍ରବଳ କୁଣ୍ଡାଇ ହୋଇ ଚର୍ମ ଫାଟି ରକ୍ତ ବାହାରେ । ଅନ୍ୟପକ୍ଷରେ, କେତେକ ରୋଗୀଙ୍କ ଚର୍ମ ଫାଟି ପାଣି ଭଳି ରସ ବାହାରିଥାଏ । ସେହିପରି କେଶ ମୂଳରେ ଝାଳ ରିହଲେ ପ୍ରଦୂଷଣ ଯୋଗୁଁ ସଂକ୍ରମିତ ହୋଇ ମୁଣ୍ଡରେ ଡର୍ମାଟାଇଟିସ୍‌ ଦେଖାଯାଏ । ଯଦି ଏଭଳି କୌଣସି ଲକ୍ଷଣ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

କାରଣ
ଝାଳ ନଶୁଖି ଶରୀର ଅଠାଳିଆ ହୋଇଯାଏ । ଫଳରେ ଧୂଳିକଣା ଚର୍ମରେ ଲାଗି ରହି ସଂକ୍ରମିିତ କରାଏ । ବିଶେଷ କରି ଖରାଦିନରେ ଡର୍ମାଟାଇଟିସ୍‌ ହୋଇଥାଏ । ଏହାଛଡ଼ା ଚର୍ମ ଆଲର୍ଜି ଥିବା ରୋଗୀଙ୍କ ସଂସ୍ପର୍ଶରେ ଆସି ଡର୍ମାଟାଇଟିସ୍‌ ହୋଇପାରେ । ଏହି ପ୍ରକାରର ଚର୍ମ ସଂକ୍ରମଣ କେତେକ ପ୍ରକାରର ଉଦ୍ଭିଦକୁ ଛୁଇଁବା କିମ୍ବା ସଂସ୍ପର୍ଶରେ ଆସିବା ଦ୍ୱାରା ମଧ୍ୟ ହୋଇପାରେ । ବିଷାକ୍ତ ଆଇଭି, ଅତର କିମ୍ବା ଲୋସନ ମଧ୍ୟ ଡର୍ମାଟାଇଟିସ୍‌ ସୃଷ୍ଟି କରିଥାଏ । ନିକେଲରେ ନିର୍ମିତ ଅଳଙ୍କାର ପିନ୍ଧିବା ଦ୍ୱାରା ଏହା ମଧ୍ୟ ହୋଇପାରେ । ଡର୍ମାଟାଇଟିସର ଅନ୍ୟ କାରଣଗୁଡ଼ିକ ଶୁଷ୍କ ଚର୍ମ, ଯେକୌଣସି ଭାଇରାଲ୍‌ ସଂକ୍ରମଣ, ଜୀବାଣୁ, ମାନସିକ ଚାପ, ଜେନେଟିକ୍‌ କାରଣ ଏବଂ ଦୁର୍ବଳ ଇମୁ୍ୟନିଟି । ଏହା ଛଡ଼ା ଏହିପରି ଅନ୍ୟାନ୍ୟ କିଛି କାରଣ ରହିଛି, ଯାହା ଦ୍ୱାରା ଡର୍ମାଟାଇଟିସ୍‌ ସୃଷ୍ଟି ହୋଇଥାଏ । ନିଜର କିମ୍ବା ପରିବାର ସଦସ୍ୟଠାରେ ଏକଜିମା, ଆଲର୍ଜି ଏବଂ ଆଜମା ଭଳି ସମସ୍ୟା ରହିଛି, ସେମାନଙ୍କଠାରେ ଆଟୋପିକ୍‌ ଡର୍ମାଟାଇଟିସ୍‌ ହେବାର ଆଶଙ୍କା ଅଧିକ ରହିଥାଏ ।

Govt

Comments are closed.