ଆଜିକାଲି ସମସ୍ତଙ୍କର ପ୍ରଥମ ପସନ୍ଦ ହେଡ୍ଫୋନ୍ । କେବଳ ମୋବାଇଲ ନୁହେଁ ଅନ୍ୟ ବିଭିନ୍ନ ଉପକରଣରେ ମଧ୍ୟ ଏହି ହେଡ୍ଫୋନ୍କୁ ବ୍ୟବହାର କରାଯାଉଛି । ହେଲେ ଶରୀରରେ ଏହାର ଢେର ଅଧିକ ନକରାତ୍ମକ ପ୍ରଭାବ ରହିଛି ।
ଫ୍ରାନ୍ସର ନ୍ୟାସନାଲ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ହେଲ‘ ଆଣ୍ଡ ମେଡିକାଲ ଇନ୍ଷ୍ଟିଚୁ୍ୟଟ୍ର ଗବେଷଣା ଅନୁଯାୟୀ ଫ୍ରାନ୍ସରେ ଚାରିଜଣରୁ ଗୋଟିଏ ପିଲାକୁ ଶୁଣିବାରେ ଅସୁବିଧା ହେଉଛି । ପାଖାପାଖି ୨୫ ପ୍ରତିଶତ ଲୋକ ଏଥିରେ ପ୍ରଭାବିତ ହେଉଛନ୍ତି । ତେବେ ପ୍ରଥମଥର ପାଇଁ ଫ୍ରାନ୍ସରେ ଏଭଳି ଏକ ଗବେଷଣା କରାଯାଇଛି । ଏହି ଗବେଷଣାରେ ଏକ ଲକ୍ଷରୁ ଊଦ୍ଧ୍ୱର୍ ଲୋକ ସାମିଲ ହୋଇଥିଲେ, ଯେଉଁଥିରେ ୧୮ରୁ ୭୫ ବର୍ଷର ଲୋକ ବେଶି ସାମିଲ ଥିଲେ ।
ଏଥିରୁ ମିଳିଥିବା ତଥ୍ୟ ଅନୁସାରେ ଲୋକମାନେ ହେଡଫୋନ୍ ବ୍ୟବହାର କରି ଅତ୍ୟଧିକ ଧ୍ୱନିକୁ ଶୁଣିବା ଫଳରେ ସେମାନଙ୍କର ଶୁଣିବାରେ ସମସ୍ୟା, ସାମାଜିକ ସଙ୍ଗରୋଧ, ଅବସାଦ ଭଳି ସମସ୍ୟା ଦେଖାଯାଉଛି । ତେବେ ଏହି ସଂଖ୍ୟା ଧୀରେଧୀରେ ବଢିବାରେ ଲାଗିଛି । ଏହା ୨୦୫୦ ସୁଦ୍ଧା ବଢିବଢି ୨୫୦ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଉଛି । ସେହିଭଳି ଫ୍ରାନ୍ସରେ ବର୍ତ୍ତମାନ ୩୭ ପ୍ରତିଶତ ଲୋକ ଶ୍ରବଣଯନ୍ତ୍ରର ବ୍ୟବହାର କରୁଛନ୍ତି ।

Comments are closed.