ପ୍ରଥମ ଭାସମାନ ସହର

ଦକ୍ଷିଣ କୋରିଆ: ଦକ୍ଷିଣ କୋରିଆର ବୁସାନ ସହରରେ ବିଶ୍ୱର ପ୍ରଥମ ଭାସମାନ ସହରର ନିର୍ମାଣକାର୍ଯ୍ୟ ଚାଲିଛି । ସମୁଦ୍ରରେ କରାଯାଉଥିବା ଏହି ସହରର ନିର୍ମାଣ କାର୍ଯ୍ୟ ୨୦୨୫ରେ ସମ୍ପୂର୍ଣ୍ଣ ହେବ । ଏହାର ଔପଚାରିକ ଘୋଷଣା ମଧ୍ୟ ହୋଇସାରିଛି । ପ୍ରୋଜେକଫ ରିପୋର୍ଟ ଅନୁଯାୟୀ, ଏହି ସହରରେ ଛୋଟ ଛୋଟ ଦ୍ୱୀପ ନିର୍ମାଣ କରାଯିବ, ଯେଉଁଥିରେ ମନୁଷ୍ୟ ରହିବେ । କେବଳ ସେତିକି ନୁହେଁ ବରଂ ଏହି ସହର ନିଜ ପାଇଁ ଖାଦ୍ୟ ନିଜେ ପ୍ରସ୍ତୁତ କରିବ ।
ପ୍ରଥମ ଭାସମାନ ସହର

ଏହାସହ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯିବ । କିଣାବିକା ପାଇଁ ପାଣିରେ ହିଁ ମାର୍କେଟ ବସିବ । ବ୍ୟବସାୟୀମାନେ ବୋଟ୍‌ ଜରିଆରେ ଗୋଟିଏ ଦ୍ୱୀପରୁ ଅନ୍ୟ ଦ୍ୱୀପକୁ ଯାତ୍ରା କରିବେ ଏବଂ ଏହି ଉପାୟରେ ଲୋକମାନେ ନିଜ ନିଜର ଜରୁରୀ ସାମଗ୍ରୀ କିଣିପାରିବେ । ଆହୁରି ମଧ୍ୟ ରିପୋର୍ଟରେ ଦାବି କରାଯାଇଛି ଯେ ଜାତିସଂଘର ସମର୍ଥନରେ ନିର୍ମିତ ଏହି ସହରରେ ବନ୍ୟାର କୌଣସି ବିପଦ ନାହିଁ । ପାଣିରେ ନିର୍ମାଣ ହୋଇଥିବା ଦ୍ୱୀପ ବନ୍ୟା ବିପଦକୁ କମ୍‌ କରିବ । ଏହି ସହର ବିଦୁ୍ୟତ ଉତ୍ପାଦନ ମଧ୍ୟ କରିବ । ଏଥିପାଇଁ ସୋଲାର ପ୍ୟାନର ବ୍ୟବହାର କରାଯିବ ।
ପ୍ରଥମ ଭାସମାନ ସହର

ତେବେ ଏହି ସମ୍ପୂର୍ଣ୍ଣ ସହରକୁ ପ୍ରସ୍ତୁତ କରିବା ପାଇଁ ୧୫୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏଥିପାଇଁ ବୁସାନ ମେଟ୍ରୋପୋଲିଟନ ସିଟି ଅଫ୍‌ ରିପବ୍ଲିକ ଅଫ୍‌ କୋରିଆ, ୟୁଏନ ହାବିଟେଟ ଏବଂ ନୁ୍ୟୟର୍କର ଡିଜାଇନିଂ ଫର୍ମ ଆସୋସିଏସନ ମଧ୍ୟରେ ଚୁକ୍ତି ହୋଇଛି । ଏହି ଭାସମାନ ସହରରେ ରହିବା ପାଇଁ ଲୋକମାନଙ୍କୁ କେତେ ଟଙ୍କା ଦେବାକୁ ପଡ଼ିବ, ଏହାର ଏପର୍ଯ୍ୟନ୍ତ କୌଣସି ଔପଚାରିକ ଘୋଷଣା ହୋଇନାହିଁ । ଏହି ସହରର ଦ୍ୱୀପରେ ଖାଦ୍ୟ ବ୍ୟବସ୍ଥା କିପରି କରାଯିବ ସେନେଇ ଡିଜାଇନ ଫାର୍ମ ଓଶିୟାନିକ୍ସ ଏହାର ଜବାବ ଦେଇଛି ।

ପ୍ରଥମ ଭାସମାନ ସହର

ଫାର୍ମ କହିଛି, ସାମୁଦ୍ରିକ ଖାଦ୍ୟ ଏବଂ ଉଦ୍ଭିଦ ଭିତ୍ତିକ ଖାଦ୍ୟରୁ ଭୋଜନ ପ୍ରସ୍ତୁତ କରାଯିବ । ଆଇଲାଣ୍ଡରେ ଘର ପ୍ରସ୍ତୁକ କରିବା ପାଇଁ ସ୍ଥାନୀୟ ଜିନିଷ ବ୍ୟବହାର କରାଯିବ, ଯେପରି ବାଉଁଶ । ଏହି ସହରରେ ଅନେକ ଦ୍ୱୀପପୁଞ୍ଜ ରହିବ, ଯାହା ହେକ୍ସାଗୋନଲ ଆକୃତିର ହେବ । ସେଥିରେ ମନୁଷ୍ୟର ଜୀବନଯାପନ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ । ମିଳିତ ଜାତିସଂଘ ହାବିଟେଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମୟିମୁନ୍ନାହ ମହମ୍ମଦ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଅନୁଯାୟୀ ଏକ ନୂତନ ଜୀବନଶୈଳୀ ପ୍ରସ୍ତୁତ କରାଯାଉଛି । ଭୟ ଏବଂ ପାଣି ସହିତ ଲଢେଇ ପରିବର୍ତ୍ତେ ଆମେ ଏହାର ନିକଟବର୍ତ୍ତୀ ହେବାକୁ ଚେଷ୍ଟା କରୁଛୁ ।

Govt

Comments are closed.