ବାର୍ଷିକ ପରୀକ୍ଷା ପାଇଁ ଏପରି କରନ୍ତୁ ପ୍ରସ୍ତୁତି

ବାର୍ଷିକ ପରୀକ୍ଷା ଆସିଲେ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନେ ବ୍ୟସ୍ତ ହୋଇପଡ଼ନ୍ତି। ତେବେ ଯେଉଁ ବର୍ଷ ସାରା ଠିକ୍‍ ଭାବରେ ପଢ଼ାପଢ଼ି କରିଥା’ନ୍ତି ସେମାନଙ୍କୁ ର୍ବାେିକ ପରୀକ୍ଷାର ଭୟ ନଥାଏ। ଯେଉଁମାନେ ପରୀକ୍ଷା ପାଇଁ ବିବ୍ରତ ହୋଇ ପଡ଼ୁଛନ୍ତି ସେମାନେ ଏହି କେତୋଟି କଥେ ଉପରେ ଗୁରୁତ୍ୱ ଦିଅନ୍ତୁ ଦେଖିବେ ଆପଣ ବି ପରୀକ୍ଷାରେ ଖୁବ୍‍ ଭଳ ପ୍ରଦର୍ଶନ କରିପାରିବେ।

୧) ସବୁ ବିଷୟକୁ ସମାନ ଗୁରୁତ୍ୱ ଦିଅନ୍ତୁ। ଯେଉଁ ବିଷୟରେ ଆପଣ ଅଧିକ ଦୁର୍ବଳ ଅଛନ୍ତି ସେ ବିଷୟ ପାଇଁ ଅଧିକ ସମୟ ଯୋଡ଼ନ୍ତୁ।
୨) ବିଷୟ ଅନୁଯାୟୀ ପାଠପଢ଼ା ପାଇଁ ସମୟ ନିର୍ଦ୍ଧାରଣ କରନ୍ତୁ ଏବଂ ସେହି ଅନୁସାରେ ପାଠ ପଢ଼ନ୍ତୁ।
୩) କେବଳ ସମ୍ଭାବ୍ୟ ପ୍ରଶ୍ନ ଉପରେ ଗୁରୁତ୍ୱ ନଦେଇ ସମ୍ପୂର୍ଣ୍ଣ ବିଷୟ ପଢ଼ନ୍ତୁ।
୪) କୌଣସି ପାଠକୁ କେବଳ କଣ୍ଠସ୍ତ କରନ୍ତୁ ନାହିଁ ବରଂ ପ୍ରତ୍ୟୋକ ପାଠକୁ ବୁଝିବୁଝି ପଢ଼ନ୍ତୁ। ଯେଉଁ ବିଷୟ ବୁଝିବାରେ କଷ୍ଟ ହେଉଛି ସେ ବିଷୟରେ ଅଭିଭାବକ କିମ୍ବା ଶିକ୍ଷକଶିକ୍ଷୟତ୍ରୀଙ୍କ ଠାରୁ ପଚାରି ବୁଝିବାରେ କୁଣ୍ଠାବୋଧ କରନ୍ତୁ ନାହିଁ।

୫) ମନେ ରଖିଥିବା ପାଠକୁ ଖାତାରେ ଲେଖି ଅଭ୍ୟାସ କରନ୍ତୁ। କାରଣ ଳେଖା ଅଭ୍ୟାସ ନରହିଲେ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନର ଉତ୍ତର ଜଣା ଥିଳେ ମଧ୍ୟ ଠିକ୍‍ ସମୟରେ ସବୁ ପ୍ରଶ୍ନର ଉତ୍ତର ଦେଇପାରି ନଥା’ନ୍ତି।
୬) ପାଠ ପାଇଁ ମାନସିକ ଚିନ୍ତା ବଢ଼ାନ୍ତୁ ନାହିଁ କିମ୍ବା ରାତି ଅନିଦ୍ରା ହୁଅନ୍ତୁ ନାହିଁ। ଏହାଦ୍ୱାରା ସ୍ୱାସ୍ଥ୍ୟଗତ ସମସ୍ୟା ବଢ଼ିଥାଏ ଏବଂ ପାଠପଢ଼ାରେ ମଧ୍ୟ ବାଧା ସୃଷ୍ଟି ହୋଇଥାଏ। ଏପରିକି ପାଠପଢ଼ା ଆଳରେ ଖାଦ୍ୟପେୟକୁ ମଧ୍ୟ ଅଣଦେଖା କରନ୍ତୁ ନାହିଁ।

Launching Ceremony of “AYUSHMAN BHARAT

Comments are closed.