ଜାନୁଆରୀରୁ ବଢ଼ିବ ଫ୍ରିଜ୍‍ ଦାମ

  • ସମୟ ଲାଇଭ୍‍,୨୭/୧୧:  ୫ ଷ୍ଟାର ଲେବଲର ଫ୍ରିଜର ଦାମରେ ଆସନ୍ତା ଜାନୁଆରୀ ମାସରୁ ୫ ହଜାରୁ ୬ ହଜାର ଟଙ୍କା ବୃଦ୍ଧି ହୋଇପାରେ । ସିଇଏଏମଏ ଏନେଇ ସଂକେତ ଦେଇଛି । ସଂସ୍ଥା ଅନୁସାରେ ଜାନୁଆରୀ ୨୦୨୦ରୁ ଏନେର୍ଜି ଲେବଲିଂରେ ନୂଆ ନିୟମ ଲାଗୁ ହେବ, ଏହାଦ୍ୱାରା ଫାଇଭ-ଷ୍ଟାର ଲେବଲର ଫ୍ରିଜ ନିର୍ମାଣରେ ଖର୍ଚ୍ଚ ଅଧିକ ହେବ ।

    ରୁମ ଏସି ଏବଂ ରେଫ୍ରିଜରେଟର ପରି କମ୍ପ୍ରେସର ଉତ୍ପାଦନ ପାଇଁ ବ୍ୟୁରୋ ଅଫ ଏନେର୍ଜି ଏଫିସିଏନ୍ସିଂ ଷ୍ଟାର ରେଟିଂ ଲେବକରେ ପରିବର୍ତ୍ତନ କରିଛି । ସିଇଏଏମଏର କହିବା ଅନୁସାରେ ନୂଆ ଲେବଲିଂ ଗାଇଡଲାଇନ୍ସ ଅନୁସାରେ ମେନ୍ୟୁଫରକ୍ଚରର୍ସକୁ ଫାଇଭ ଷ୍ଟାର ରେଞ୍ଜରେ ରେଫ୍ରିଜରେଟରରେ କୁଲିଂ ପାଇଁ ଫୋମ ପରିବର୍ତ୍ତେ ଭେକ୍ୟୁମ ପେନଲର ବ୍ୟବହାର କରିବାକୁ ପଡିବ । ଏହା ଇଣ୍ଡଷ୍ଟ୍ରି ପାଇଁ ଏକ ଚ୍ୟାଲେଞ୍ଜ ହେବ ।

Comments are closed.