ଦିଲ୍ଲୀ: ମେ ୦୪: ସୋସିଆଲ ମିଡିଆ ଟୁଇଟର୍ କିଣିଲା ପରେ ଏଲନ୍ ମୁସ୍କଙ୍କ ଚର୍ଚ୍ଚା ଏବେ ଜୋର୍ ଧରିଛି । ଏହାରି ମଧ୍ୟରେ ମୁସ୍କ ଏକ ବଡ଼ ଘୋଷଣା କରିଛନ୍ତି । ଟୁଇଟର୍ ବ୍ୟବହାରକାରୀଙ୍କୁ ଅର୍ଥ ଦେବାକୁ ପଡ଼ିବ ବୋଲି ସେ ଟୁଇଟ୍ କରି ସୂଚନା ଦେଇଛନ୍ତି । ସେ ତାଙ୍କ କହିଛନ୍ତି ଯେ, କାଜୁଆଲ୍ ବା ସାଧାରଣ ଭାବେ ଟୁଇଟର୍ ବ୍ୟବହାର କଲେ ଅର୍ଥ ଦେବାକୁ ପଡ଼ିବ ନାହିଁ । କେବଳ କମର୍ସିଆଲ୍ ଏବଂ ସରକାରୀ ସ୍ତରରେ ଏହାକୁ ବ୍ୟବହାର କଲେ, ଅର୍ଥ ଦେବାକୁ ପଡ଼ିବ ।
Twitter will always be free for casual users, but maybe a slight cost for commercial/government users
— Elon Musk (@elonmusk) May 3, 2022
ସୂଚନା ଥାଉ ଯେ, ଏଲନ୍ ମୁସ୍କ ଟୁଇଟର୍ କିଣିଲା ପରେ ସେଥିରେ ବ୍ୟାପକ ପରିବର୍ତ୍ତନ କରିବା ପାଇଁ ଚିନ୍ତା କରିଛନ୍ତି । ଟୁଇଟର୍ରେ ଖୁବ୍ ଶିଘ୍ର ‘ଏଡିଟ୍’ ଅପ୍ସନ୍ ଆସିବାକୁ ଯାଉଛି ବୋଲି ସୂଚନା ମିଳିଛି । ଯେଉଁଥିରେ ବ୍ୟବହାରକାରୀମାନେ ନିଜ ଭୁଲ୍କୁ ସୁଧାରିବା ପାରିବାର ଏକ ସୁଯୋଗ ପାଇପାରିବେ ।

Comments are closed.