ମେକ୍ସିକୋ: ସେପ୍ଟେମ୍ବର ୮: ଉତ୍ତର ଆମେରିକାର ଦେଶ ମେକ୍ସିକୋର ଦକ୍ଷିଣ ଅଞ୍ଚଳରେ ଆଜି ସକାଳ ସମୟରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ବିଶେଷଜ୍ଞଙ୍କ ଅନୁଯାୟୀ, ଭୂକମ୍ପର ତୀବ୍ରତା ୬.୯ ରହିଥିଲା । ପରେ ନ୍ୟାସ୍ନଲ ସିସ୍ମେଲୋଜିକ୍ ସର୍ଭେ (ରାଷ୍ଟ୍ରିୟ ଭୂକମ୍ପ ସେବା)ରେ ଜଣାପଡ଼ିଛିଯେ, ମେକ୍ସିକୋର ପ୍ରଶା; ସାଗର ତଟ ନିକଟସ୍ଥ ୭.୧ ତୀବ୍ରତା ବିଶିଷ୍ଟ ଭୂକମ୍ପ ଡାଟା ସଂଗ୍ରହ କରାଯାଇଛି । ତେବେ ଏତେ ଅଧିକା ତୀବ୍ରତା ହେତୁ ମେକ୍ସିକୋ ସିଟିର ଅନେକ ଅଟ୍ଟାଳିକା ଥରି ଯିବ ସହିତ କେତେକ ଘର, ବାର୍, ରେଷ୍ଟୁରାଣ୍ଟ ଓ ଅନ୍ୟାନ୍ୟ ସ୍ଥାନର କାଚ ଭାଙ୍ଗିଯାଇଛି । ଲୋକମାନେ ଭୟରେ ଘରୁ ବାହରି ଆସିଥିଲା ବେଳେ କିଛି ଲୋକ ବର୍ଷା ଓ ଘଡ଼ଘଡ଼ି ଡ଼ରରେ ବାହାରକୁ ବାହାରି ନଥିଲେ ।
#Breaking: Another Video:
– Magnitude 7.4 earthquake in Mexico #BreakingNews #earthquake #MexicoCity #Mexico #Acapulco #Usa #Colombia #Haiti #UK #Nato #France #India #Russia #China #Afganistan #Pakistan #Iran #Iraq #Syria #Japan #SouthAfrica #France pic.twitter.com/4YlhZh6yyc
— The HbK (@The5HbK) September 8, 2021
ତେବେ ସ୍ଥାନୀୟ ବୈଜ୍ଞାନିକ ଓ ବାସିନ୍ଦାଙ୍କ ଅନୁଯାୟୀ ଆଜି ସକାଳେ ଦକ୍ଷିଣ ମେକ୍ସିକୋର ଆକାପୁଲ୍କୋ ସମୁଦ୍ର ତଟଠାରେ ୭.୦ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ହେବା ସହ ନିକଟସ୍ଥ ଗୁରେରୋ ରାଜ୍ୟରେ ୭.୪ ତୀବ୍ରତା ଭୂକମ୍ପ ହୋଇଛି । ସମୁଦ୍ର ତଟମାନଙ୍କରେ ଭୂକମ୍ପ ହୋଇଥିବା କାରଣରୁ ସୁନାମୀର ବିପଦ ବଢ଼ିଯାଇଛି ବୋଲି ଆମେରିକା ସୂଚନା ଦେଇଛି । ମେକ୍ସିକୋ ସିଟି ମେୟର୍ କ୍ଲାଉଡିଆ ସିନ୍ବାମଙ୍କ ସୂଚନା ଅନୁସାରେ, ସହରରେ ସେହିପରି ବିଶେଷ କ୍ଷତି ହୋଇନାହିଁ । ଅନ୍ୟପକ୍ଷେ, ମେକ୍ସିକୋ ହିଡାଲ୍ଗୋ ରଜ୍ୟର ତୁଲା ସହରରେ ପ୍ରବଳ ବର୍ଷା ହୋଇଛି । ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

Comments are closed.