ମହିଳାଙ୍କୁ ସୁରକ୍ଷା ଦେବ ଡ୍ରୋନ୍‌

ବ୍ରିଟେନ: ବ୍ରିଟେନରେ ମହିଳାଙ୍କ ସୁରକ୍ଷା ପାଇଁ ଏକ ନୂଆ ବିକଳ୍ପ ବାହାର କରାଯାଇଛି । ରାତିରେ ଏକୁଟିଆ ରାସ୍ତାରେ ଯାଉଥିବା ମହିଳାଙ୍କୁ ସୁରକ୍ଷା ଦେବ ଥର୍ମାଲ୍‌ କ୍ୟାମେରା ସହିତ ସଜ୍ଜିତ ଡ୍ରୋନ୍‌ । ଏହି ଡ୍ରୋନକୁ ଡ୍ରୋନ୍‌ ଡିମ୍ଫେସ୍‌ ଦ୍ୱାରା ବିକଶିତ କରାଯାଇଛି । ଏହାକୁ ବ୍ରିଟେନର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର ପୂର୍ବତନ ପୋଲିସ ଅଧିକାରୀ ଏବଂ ବିଶେଷଜ୍ଞମାନେ ମିଳିତ ଭାବେ ଏହି ଡ୍ରୋନ୍‌କୁ ନିର୍ମାଣ କରିଛନ୍ତି ।

ମହିଳାଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ବ୍ରିଟେନର ଏହି ନୂଆ ଟେକ୍ନଲୋଜି ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଛି । ରାତିରେ ଏକୁଟିଆ ଯାଉଥିବା ବେଳେ ଯଦି କୌଣସି ମହିଳାଙ୍କୁ କିଏ ହଇରାଣ କିମ୍ବା ଅସଦାଚରଣ କରେ, ତେବେ ଉକ୍ତ ମହିଳା ଜଣଙ୍କ ନିଜ ମୋବାଇଲ ଫୋନ ଆପ୍‌ ଜରିଆରେ ଫ୍ଲାଇଙ୍ଗ୍‌ ଏସ୍କର୍ଟକୁ ନିଜ ପାଖକୁ ଡାକିପାରିବ । ଚାରି ମିନିଟ୍‌ ଭିତରେ ହିଁ ଏକ ଶକ୍ତିଶାଳୀ ସ୍ପଟଲାଇଟ୍‌ ଏବଂ ଥର୍ମଲ କ୍ୟାମେରା ଥିବା ଡ୍ରୋନ୍‌ ମହିଳାଙ୍କ ପାଖରେ ଆସି ପହଞ୍ଚିଯିବ ।

ଫଟୋ ଉଠାଇବା ସହ ଆକ୍ରମଣକାରୀଙ୍କ ପିଛା କରିବ ଏବଂ ଭୟଭୀତ କରାଇବ । ଏକ ଡ୍ରୋନ୍‌ର ଦାମ୍‌ ପ୍ରାୟ ୩୫ ଲକ୍ଷ ଟଙ୍କା ହେବ । ରିପୋର୍ଟ ଅନୁଯାୟୀ ଛାତ୍ରୀ ଏବଂ କର୍ମଚାରୀଙ୍କ ରକ୍ଷା କରିବା ଉଦ୍ଦେଶ୍ୟରେ ଏଆଇ-ସଞ୍ଚାଳିତ ଏହି ପ୍ରଣାଳୀର ଟେଷ୍ଟିଂ କରାଯିବ । ଏହି ଡ୍ରୋନ୍‌କୁ ତିଆରି କରିଥିବା ଆବିଷ୍କାରଙ୍କ କହିବା ଅନୁଯାୟୀ ଆଗକୁ ଯାଇ ଏହା ପୋଲିସ ହେଲିକେପଫରଙ୍କ ସ୍ଥାନ ନେଇପାରିବ । ଡ୍ରୋନ୍‌ ଡିମ୍ପେସ୍‌ର ସଂସ୍ଥାପକ ରିଚର୍ଡ ଗିଲ୍‌ କହିଛନ୍ତି ଯେ ଏହାର ପରୀକ୍ଷଣ ନଟିହାଂମ୍‌ ବିଶ୍ୱବିଦ୍ୟାଳୟରେ କରାଯିବ । ତେବେ ଏହି ପରୀକ୍ଷଣର ଉଦ୍ଦେଶ୍ୟ ହେଉଛି ଯେ ଏହି ଡ୍ରୋନ୍‌ ପୋଲିସ ହେଲିକପଫର ତୁଳନାରେ ଜନତାର ସୁରକ୍ଷା ପାଇଁ ଏକ ଶସ୍ତା, ଶାନ୍ତ ଏବଂ କମ୍‌ ପ୍ରଦୂଷଣଯୁକ୍ତ ଭଲ ବିକଳ୍ପ ହୋଇପାରେ । ଏହି ଡ୍ରୋନ୍‌ ୨୦୦ ଫୁଟ୍‌ ଉଚ୍ଚତାରେ ଉଡ଼ିପାରିବ ଏବଂ ଏହାର ଏଆଇ ସିଗନାଲକୁ ସହଜରେ ଟ୍ରାକ୍‌ କରାଯାଇପାରିବ । ଆବଶ୍ୟକତା ପଡ଼ିଲେ କଣ୍ଟ୍ରୋଲ୍‌ ସିଷ୍ଟମରେ ଥିବା ପାଇଲଟ୍‌ ନିଜ ନିୟନ୍ତ୍ରଣକୁ ନେଇପାରିବ ।

Govt

Comments are closed.