ଡାଇବେଟିକ୍‌ ଫୁଟ କେୟାର

ତଥ୍ୟ ଅନୁସାରେ ଭାରତରେ ପାଖାପାଖି ୭୨.୯ ମିଲିଅନ ଲୋକ ମଧୁମେହ ବା ଡାଇବେଟିସ୍‌ରେ ଆକ୍ରନ୍ତ । ଏହା ସବୁବେଳେ ବଢୁଛି ମଧ୍ୟ । ଆସନ୍ତା ୨୦୪୫ ସୁଦ୍ଧା ଏହି ସଂଖ୍ୟା ୧୩୪ ମିଲିଅନରେ ପହଞ୍ଚିବ ବୋଲି ସୂଚନା ରହିଛି । ତେବେ ଏହି ରୋଗ ହେବା ପରେ ଆମକୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସହ ଆମର ଅଙ୍ଗପ୍ରତେଙ୍ଗର ଧ୍ୟାନ ରଖିବାକୁ ହୋଇଥାଏ । ତେବେ ଖରାଦିନେ ଯେଉଁମାନଙ୍କର ମଧୁମେହ ଅଛି ସେମାନଙ୍କୁ ନିଜର ପାଦ ଯନି ନେବାରେ ଅସୁବିଧା ହୋଇଥାଏ । ଏହି ଦିନେ ଅଧିକ ଗରମ, ଗୁଳୁଗୁଳି ଯୋଗୁ ଭୀଷଣ ଝାଳ ବୋହିବା ଆରମ୍ଭ ହୋଇଥାଏ । ସେହିଭଳି ଏହି ଦିନେ କିଛି ଛୋଟ ସମସ୍ୟା ମଧ୍ୟ ଗମ୍ଭୀର ସମସ୍ୟାରେ ପରିଣତ ହେବାର ସମ୍ଭାବନା ରହିଥାଏ । ତେଣୁ ପାଦର ଯନି ନେବାର ଅଧିକ ଆବଶ୍ୟକତା ରହିଛି ।

ପାଦ ଶୁଖିଲା ରଖନ୍ତୁ – ଏହି ଦିନେ ପାଦରେ ଝାଳ ଲାଗି ରହିବାକୁ ଦିଅନ୍ତୁ ନାହିଁ । ଏହି କାରଣରୁ ପାଦରେ ଫଙ୍ଗାଲ ଇନଫେକସନ୍‌ ହେବାର ଭୟ ରହିଥାଏ । ତେଣୁ ପାଦକୁ ଧୋଇବା ସହ ଭଲ କରି ପୋଛି ଶୁଖିଲା ରଖନ୍ତୁ । ପାଦର ଆଙ୍ଗୁଠି ଭିତରେ ଥିବା ଖାଲି ସ୍ଥାନକୁ ବିଶେଷ ଭାବେ ଶୁଖିବା ରଖନ୍ତୁ । ଏହି ସମୟରେ ଚାହିଁଲେ ଆଣ୍ଟି ଫଙ୍ଗାଲ ପାଉଡର ବ୍ୟବହାର କରିପାରିବେ ।

ଆରାମ ଦାୟକ ଜୋତା – ପାଦର ଅଧେ ସମସ୍ୟା ଜୋତା କାରଣରୁ ଦେଖାଦେଇଥାଏ । ତେଣୁ ଏହି ଖରାଦିନେ ସବୁବେଳେ ପାଦକୁ ଆରମ ଦେବାଭଳି ଜୋତା ପିନ୍ଧନ୍ତୁ । ସେହିଭଳି ଟିକେ ସୁରକ୍ଷିତ ଯୋତା ମଧ୍ୟ ପିନ୍ଧନ୍ତୁ, ଯେପରି ଆପଣଙ୍କ ପାଦରେ କୌଣସି କ୍ଷତ ହେବ ନାହିଁ ।

ଖରାଠାରୁ ଦୂରରେ ରଖନ୍ତୁ – ସବୁବେଳେ ଚେଷ୍ଟା କରନ୍ତୁ ପାଦକୁ କିଭଳି ଖରାଠାରୁ ଦୂରରେ ରଖିବେ । ସିଧା ସଳଖ ଖରା ସଂପସ୍ପର୍ଶରେ ଆଣନ୍ତୁ ନାହିଁ । ତେଣୁ ଏଭଳି ଯୋତା ପିନ୍ଧନ୍ତୁ ଯାହା ଆପଣଙ୍କ ପାଦକୁ ଘୋଡାଇ ରଖିବ । ଏଥିପାଇଁ ଆପଣ ସକ୍ସ ମଧ୍ୟ ବ୍ୟବହାର କରିପାରିବେ ।

Govt

Comments are closed.