ମୁମ୍ବାଇ: ସେପ୍ଷଟମ୍ବର ୬: ଖତରୋକି ଖିଲାଡି ସିଜିନ୍ ୧୧ର ଖେଳାଳୀମାନେ ସବୁବେଳେ ଟ୍ରେଣ୍ଡରେ ରହୁଛନ୍ତି । ସେମାନଙ୍କର ସାହସିକତାକୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେଉଛି । ତେବେ ଏହି ଖେଳାଳିଙ୍କ ଭିତରେ ବାଜି ମାରିଛନ୍ତି ଅଭିନେତ୍ରୀ ଦିବ୍ୟଙ୍କା । ଦିବ୍ୟଙ୍କା ନିଜ ସାହସିକତା ଓ ବୁଦ୍ଧି ବଳରେ ଶୋର ଟିକେଟ୍ ଫିନାଲେ ଜିତି ଫାଇନାଲ ରାଉଣ୍ଡରେ ପହଞ୍ଚି ସାରିଛନ୍ତି । ଏହି ମୁକାବିଲାରେ ୪ଜଣ ପ୍ରତିଯୋଗୀ ନିଜ ନିଜ ଭିତରେ ଲଢିଥିଲେ । ସେମାନଙ୍କ ଷ୍ଟଣ୍ଟ କରିବାର ଥିଲା ଯାହାକୁ ଜିତି ସେମାନେ ଫାଇନାଲ ରାଉଣ୍ଡରେ ପହଞ୍ଚି ପାରିବେ । ଏଥିରେ ଦିବ୍ୟଙ୍କାଙ୍କର ପ୍ରତିଯୋଗିତା ରାହୁଲଙ୍କ ସହ ଥିଲା, ଯାହାକୁ ଜିତି ସେ ନିଜ ସ୍ଥାନ ଫାଇନାଲ ରାଉଣ୍ଡରେ ହାସଲ କରିଛନ୍ତି । ପ୍ରଥମରୁ ଦିବ୍ୟଙ୍କାଙ୍କର ପ୍ରଦର୍ଶନ ବେଶ୍ ଭଲ ରହିଛି । ସେ କରିଥିବା ସମସ୍ତ ଷ୍ଟଣ୍ଟକୁ ଜବରଦସ୍ତ ଉପାୟରେ ସାରିଥାଆନ୍ତି । ଯାହା ଦର୍ଶକଙ୍କୁ ବେଶ୍ ଭଲ ଲାଗିଥାଏ । ତେଣୁ ତାଙ୍କର ଜିତିବାର ଆଶା ତାଙ୍କ ଫ୍ୟାନଙ୍କ ମଧ୍ୟରେ ରହିଛି । ତାଙ୍କୁ ବର୍ତ୍ତମାନ ସୋସିଆଲ ମିଡିଆରେ ଧାକଡ ଗର୍ଲବୋଲି ସମ୍ବୋଧନ କରାଯାଉଛି ।

Comments are closed.