ଆଳୁ ଖାଇବାକୁ ୪୫ ହଜାର ଦରମା !

0

ୟୁକେ: ସେପ୍‌ଟେମ୍ବର ୬: ଶୀର୍ଷକଟି ଆପଣଙ୍କୁ ଦ୍ୱନ୍ଦରେ ପକାଉଥିବ । କଥାଟି ଅବିଶ୍ୱାସ ମଧ୍ୟ ଲାଗୁଥିବ । ହେଲେ ସୋସିଆଲ ମିଡିଆରେ ଏହି ପୋଷ୍ଟ ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ଏକ ରୋସ୍ତୋରାଁ ଆଳୁ ଖାଇବା ବଦଳରେ ୫୦୦ ୟୁରୋ ଦରମା ଦେଉଛି । ଯାହା ଭାରତୀୟ ମୂଲ୍ୟରେ ୪୫ ହଜାର । କରୋନା ପାଇଁ ଆଜିକାଲି ଅନେକ ଲୋକ ନିଜର ଚାକିରି ହରାଇଛନ୍ତି । ସେହି ସମୟରେ ଏଭିଳି ଅଫର୍‌ ଲୋକଙ୍କୁ ଚକିତ କରିଛି । ୟୁକେର ଏହି ରେସ୍ତୋରାଁ ଏହି ଅଫର ଦେଇଛି । ରେସ୍ତୋରାଁ ପକ୍ଷରୁ ଦିଆଯାଇଥିବା ବିଜ୍ଞାପନ ଅନୁସାରେ ପ୍ରଥମେ ରେସ୍ତୋରାଁର ରୋଷ୍ଟେଡ୍‌ ଆଳୁ ଚାକିରି କରିଥିବା ଲୋକ ଚାଖିବେ । ତାଙ୍କର ନିଷ୍ପତ୍ତି ପରେ ଏହାକୁ ବିକ୍ରି କରାଯିବ । ଯାହାର ଦରମା ରହିଛି ୪୫ହଜାର । ତେବେ ଏହି ଆଳୁ ଟେଷ୍ଟରଙ୍କୁ ଚାକିରି ପାଇବାକୁ ହେଲେ ଫ୍ରାଏଡ୍‌ ଆଳୁ ସହ ୪ ପ୍ରକାରର ମାଂସ ଟେଷ୍ଟ କରିବାକୁ ହେବ । ସେହିଭଳି ଏଥିପାଇଁ ଏକ ନିବନ୍ଧ ଲେଖିବା ସହିତ ଆଳୁ ଟେଷ୍ଟିଂକୁ ନେଇ ଏକ ୬୦ ସେକେଣ୍ଡର ଭିଡିଓ ପ୍ରସ୍ତୁତ କରିବାକୁ ହେବ । ଏ ସମସ୍ତକୁ ଆଧାର କରି ଏହି ପୋଷ୍ଟ ପାଇଁ ଚୟନ କରାଯିବ ।

Leave A Reply

Your email address will not be published.