ନୂଆ ଚାକିରିରେ ରୁହନ୍ତୁ ସ୍ମାର୍ଟ

0

ଭୁବନେଶ୍ୱର: ସେପ୍‌ଟେମ୍ବର ୬: ଚାକିରିକୁ ନେଇ ସମସ୍ତଙ୍କର ସର୍ବଦା ଚିନ୍ତା ରହିଥାଏ । ଏହା ଯଦି ନୂଆ ହେଇଥାଏ ତେବେ ଚିନ୍ତା ବଢିଯାଇଥାଏ । ନୂଆ ଚାକିରିରେ ଚିନ୍ତା ହେବା ସ୍ୱାଭାବିକ୍‌, ତେବେ ଏଥିରେ କିଛି କଥାକୁ ଧ୍ୟାନରେ ରଖିଲେ ଏହି ଚିନ୍ତାରୁ ମଧ୍ୟ ମୁକ୍ତି ମିଳିପାରିବ ।
ବିଳମ୍ବକୁ କୁହନ୍ତୁ ନା
ନୂଆ ଚାକିରିରେ ସର୍ବଦା ସମୟକୁ ଧ୍ୟାନ ଦିଅନ୍ତୁ । ସର୍ବଦା ଚାକିରିର ସମସ୍ତ କାର୍ଯ୍ୟରେ ସମୟରେ ପହଞ୍ଚିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କର ଘରେ କିଛି ବି ଅସୁବିଧା ଥାଉ କିନ୍ତୁ ଚେଷ୍ଟା କରନ୍ତୁ ସମୟରେ ପହଞ୍ଚିବା ପାଇଁ । କାରଣ ନୂଆ ଚାକିରି ଉପରେ ଏହାର ପ୍ରଭାବ ଖୁବ୍‌ ପଡିଥାଏ । ଅଫିସ୍‌ରେ ଆପଣଙ୍କ ସିନିଅର ପହଞ୍ଚିବା ପୂର୍ବରୁ ପହଞ୍ଚିବା ଦ୍ୱାରା ଆପଣ ଏକ ଭଲ ପ୍ରଭାବ ସେମାନଙ୍କ ଉପରେ ପକାଇଥାଆନ୍ତି । ଏପରି କରିବା ଦ୍ୱାରା ସେମାନଙ୍କ ଆଖିରେ ଆପଣଙ୍କର ଗୁରୁତ୍ୱତା ବଢିଥାଏ ।
ବ୍ୟକ୍ତିଗତ ଜୀବନକୁ ରଖନ୍ତୁ ଅଲଗା
ସମସ୍ତଙ୍କ ବ୍ୟକ୍ତିଗତ ଜୀବନରେ କିଛି ନା କିଛି ସମସ୍ୟା ରହିଥାଏ । ହେଲେ ସର୍ବଦା ଚେଷ୍ଟା କରନ୍ତୁ ବ୍ୟକ୍ତିଗତ ଜୀବନର ସମସ୍ୟାକୁ ବୃତିଗତ ଜୀବନରୁ ଅଲଗା ରଖିବାକୁ । ତେଣୁ ସର୍ବଦା ଅଫିସ୍‌ରେ ପହଞ୍ଚିଲା ପରେ ସେହି ସମସ୍ୟା ବିଷୟରେ କାହା ସହ କଥା ହେବା କିମ୍ବା ଅଫିସ୍‌ରେ ଘର ସହ ସମସ୍ୟା ବିଷୟରେ୍‌ କଥା ହେବା ଉଚିତ୍‌ ନୁହେଁ । ଯଦି ସେହିଭଳି କିଛି ଗୁରୁତ୍ୱ ପୂର୍ଣ୍ଣ କଥା ଅଛି ତେବେ ବାହାରକୁ ଯାଇ କଥା ହୁଅନ୍ତୁ । କିନ୍ତୁ ଅଫିସ୍‌ ଭିତରେ ସମସ୍ତଙ୍କ ଆଗରେ ଏହା ଉପରେ ଆଲୋଚନା କରନ୍ତୁ ନାହିଁ । ଏହା ନକରାତ୍ମକ ପ୍ରଭାବ ପକାଇବ ।
ମିସ୍‌ କରନ୍ତୁନି ଡେଡ୍‌ ଲାଇନ୍‌
ସେହିଭଳି ସମସ୍ତ କାର୍ଯ୍ୟରେ ଏକ ଡେଡ୍‌ ଲାଇନ୍‌ ଥାଏ । ଏହାକୁ ମିସ କରନ୍ତୁ ନାହିଁ । ନୂଆ ଚାକିରିରେ ଏ ନେଇ କିଛିଟା ରିଲାକ୍ସ ମିଳିଥାଏ । ହେଲେ ଏହାର ଫାଇଦା ଉଠାଇ ଡେରି କରନ୍ତୁ ନାହିଁ । ପ୍ରଥମରୁ ହିଁ ଡେଡ୍‌ ଲାଇନ୍‌କୁ ଧ୍ୟାନ ଦିଅନ୍ତୁ । ଡେଡ୍‌ ଲାଇନ୍‌ ମିସ୍‌ କରିବା ଆପଣଙ୍କର ଏକ ନକରାତ୍ମକ ଛବି ସମସ୍ତଙ୍କ ଆଗରେ ପ୍ରସ୍ତୁତ କରିବ । ତେଣୁ ଯଥା ସମ୍ଭବ ଏଥିରୁ ବଞ୍ଚନ୍ତୁ ।
ସୀମା ଭିତରେ ହୁଅନ୍ତୁ ମେଳାପି
ଅଫିସ୍‌ରେ କାର୍ଯ୍ୟରତ ବ୍ୟକ୍ତିଙ୍କ ପାଇଁ କାହା ସହ ମିଶିବେ ଓ କେତେ ମିଶିବେ ସେ ନେଇ ସର୍ବଦା ଦ୍ୱନ୍ଦ ରହିଥାଏ । ତେବେ ପ୍ରଥମରୁ ସମସ୍ତଙ୍କ ସହ ଯେତିକି ଆବଶ୍ୟକ ରହିଛି ସେତିକି ମିଶନ୍ତୁ । କିଏ କିଭଳି ଜାଣିବା ପରେ ନିଜ ଘନିଷ୍ଠତା ବଡାଇବେ । ତେବେ ଆପଣ ନୂଆ ହୁଅନ୍ତୁ କିମ୍ବା ପୁରୁଣା ସର୍ବଦା ନିଜ ସୀମା ଭିତରେ ରହି ସମସ୍ତଙ୍କ ସହ ମିଶନ୍ତୁ ।

Leave A Reply

Your email address will not be published.