ବିପଦପୂର୍ଣ୍ଣ ଜଙ୍ଗଲ

ଭାରତ ନିଜର ସଂସ୍କୃତି ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପୂରା ଦୁନିଆରେ ପରିଚିତ । ଭାରତରେ ଅନେକ ବଡ ଜଙ୍ଗଲ ରହିଛି । ଯେଉଁକାରଣରୁ ଏହାକୁ ଏକ ସୁନ୍ଦର ପରିପୂର୍ଣ୍ଣ ଦେଶ ଭାବେ ଜଣାଶୁଣା । ତେବେ ଏହି ଜଙ୍ଗଲ ମଧ୍ୟରେ ଅନେକ ଜଙ୍ଗଲ ଏଭଳି ଅଛି ଯାହା ବେଶ୍‌ ଭୟଙ୍କର । ଯେଉଁଠିକୁ ଯିବାକୁ କେହି ମଙ୍ଗନ୍ତି ନାହିଁ । ଆସନ୍ତୁ ପଢିବା ସେହିଭଳି କିଛି ଜଙ୍ଗଲ ବିଷୟରେ:
ସୁନ୍ଦରବନ, ପଶ୍ଚିମବଙ୍ଗ

ବିପଦପୂର୍ଣ୍ଣ ଜଙ୍ଗଲ

ସୁନ୍ଦରବନ ଭାରତର ସବୁଠାରୁ ଭୟଙ୍କର ଜଙ୍ଗଲ ଭାବେ ଜଣଶୁଣା । ଏହା ପଶ୍ଚିମବଙ୍ଗରେ ରହିଛି । ଗଙ୍ଗାନଦୀର ଡେଲଫାରେ ପ୍ରାୟ ୧୦,୦୦୦ କିମି ପର୍ଯ୍ୟନ୍ତ ଏହି ଜଙ୍ଗଲ ବିସ୍ତାରିତ । ଏହି ଜଙ୍ଗଲରେ ଅନେକ ପଶୁ ଅଛନ୍ତି, ଯେପରି ରୟାଲ ବେଙ୍ଗଲ ଟାଇଗର, କୁମ୍ଭୀର ଆଦି । ସୁନ୍ଦରବନର ଡେଲଫାରେ ଗଙ୍ଗା, ବ୍ରହ୍ମପୁତ୍ର ଆଦି ନଦୀର ସମୁଦ୍ର ସହିତ ସଙ୍ଗମ ସ୍ଥଳ । ତେବେ ଏହା ଯେତିକି ସ୍ୱତନ୍ତ୍ର ସେତିକି ଭୟଙ୍କର । ଏହି ଜଙ୍ଗଲର ଭୂମି ଭାରତ ସହିତ ବାଙ୍ଗାଲାଦେଶରେ ମଧ୍ୟ ଦଲଦଲ ଅଟେ । ଯେଉଁଥିପାଇଁ ଏହା ବିପଦପୂର୍ଣ୍ଣ ।

ଗିର ଜଙ୍ଗଲ, ଗୁଜୁରାଟ

ବିପଦପୂର୍ଣ୍ଣ ଜଙ୍ଗଲ

ଗିର ଜଙ୍ଗଲ ଭାରତର ଦ୍ୱିତୀୟ ବଡ ଜଙ୍ଗଲ । ଏହି ଜଙ୍ଗଲ ଏସୀୟ ସିଂହଙ୍କ ପାଇଁ ବେଶ୍‌ ପରିଚିତ । ଏହା ଜୁନାଗଡଠାରୁ ୬୦ କିମି ଦକ୍ଷିଣରେ ରହିଛି । ଏହା ଏକମାତ୍ର ଜଙ୍ଗଲ ଯେଉଁଠାରେ ଏସୀୟ ସିଂହ ଦେଖିବାକୁ ମିଳିଥାଆନ୍ତି । ତେବେ ଏହା ମଣିଷଙ୍କ ପାଇଁ ବିପଦପୂର୍ଣ୍ଣ ଜଙ୍ଗଲ ।

ଖାସୀ ପାହାଡ ଜଙ୍ଗଲ, ମେଘାଳୟ

ବିପଦପୂର୍ଣ୍ଣ ଜଙ୍ଗଲ

ଭାରତରେ ଥିବା ଜଙ୍ଗଲ ମଧ୍ୟରେ ଏହା ଅନ୍ୟତମ ଘଞ୍ଚ ଜଙ୍ଗଲ । ମେଘାଳୟର ଖାସି ପାହାଡ ମଧ୍ୟରେ ଏହି ବର୍ଷାବନ ଅବସ୍ଥିତ । ଏହି ଜଙ୍ଗଲରେ ଦକ୍ଷିଣରେ ସ୍ଥିତ ଚେରାପୁଞ୍ଜି କାରଣରୁ ପ୍ରତିଦିନ ବର୍ଷା ହୋଇଥାଏ । ଏହା ପ୍ରାୟ ୧,୯୭୮ ମିଟର ଉଚ୍ଚରେ ରହିଛି । ତେବେ ଏହା ବେଶ୍‌ ଘଞ୍ଚ ହୋଇଥିବାରୁ ମଣିଷଙ୍କ ପାଇଁ ଭୟଙ୍କର ଅଟେ ।

ନାମଡାଫା ଜଙ୍ଗଲ, ଅରୁଣାଞ୍ଚଳ ପ୍ରଦେଶ

ବିପଦପୂର୍ଣ୍ଣ ଜଙ୍ଗଲ

ଅରୁଣାଞ୍ଚଳ ପ୍ରଦେଶରେ ପ୍ରାୟ ୧,୯୮୫ ସ୍କୋୟାର କିମିରେ ବିସ୍ତାରିତ ହୋଇଛି ଏହି ଜଙ୍ଗଲ । ଭାରତର ବେଶ୍‌ ଥଣ୍ଡା ଅଞ୍ଚଳରେ ରହିଛି ଏହି ଜଙ୍ଗଲ । ଏଥିରେ ଅନେକ ଜୀବଜନ୍ତୁ ନଜର ଆସିଥାଆନ୍ତି । ସେହିଭଳି ଏହି ଜଙ୍ଗଲରେ ଯେଉଁ ପଶୁ ପକ୍ଷୀ ଦେଖାଯାଇଥାଆନ୍ତି ସେମାନେ ବିରଳ ଅଟନ୍ତି । ତେବେ ଏହା ପଶୁପକ୍ଷୀଙ୍କ ବେଶ୍‌ ଉତ୍ତମ ସ୍ଥାନ ହୋଇଥିଲେ ମଧ୍ୟ ମଣିଷଙ୍କ ପାଇଁ ବିପଦପୂର୍ଣ୍ଣ । ଏଠାକାର ଘନ ଘଞ୍ଚ ଜଙ୍ଗଲ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ ।

Launching Ceremony of “AYUSHMAN BHARAT

Comments are closed.