ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତରଫରୁ ସବୁଜ ସଙ୍କେତ

ଅକ୍‌ଟୋବର ୦୭: ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲì୍ୟଏଚ୍‌ଓ) ତରଫରୁ ସବୁଜ ସଙ୍କେତ ମିଳିଛି । ମ୍ୟାଲେରିଆ ଟିକା ‘ଆର୍‌ଟିଏସ-ଏସ୍‌ଏଏସ୍‌୦୧’କୁ ଅନୁମୋଦନ ମିଳିଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ ଆଧାନମ ସୂଚନା ଦେଇଛନ୍ତି । ଏହି ଟିକା ହେଉଛି ମଶା କାମୁଡିବା ଦ୍ୱାରା ବ୍ୟାପୁଥିବା ସଂକ୍ରମଣ ବିରୋଧରେ ବିଶ୍ୱର ପ୍ରଥମ ଟିକା । ଡବ୍ଲì୍ୟଏଚ୍‌ଓ ମୁଖ୍ୟ କହିଛନ୍ତି, ଏହି ଟିକା ହେଉଛି ଶିଶୁମାନଙ୍କ ସ୍ୱାସ୍ଥ୍ୟ ଏବଂ ମ୍ୟାଲେରିଆ ନିୟନ୍ତ୍ରଣ ଲାଗି ଏକ ସଫଳ ଚରଣ । ସୂଚନା ଅନୁସାରେ, ଏହି ଟିକାର ୪ଟି ଡୋଜକୁ ଶିଶୁ ଜନ୍ମରୁ ଦୁଇ ବର୍ଷ ଭିତରେ ନେବାକୁ ପଡିବ ।
ପ୍ରତି ବର୍ଷ ସାରା ବିଶ୍ୱରେ ମ୍ୟାଲେରିଆ ଯୋଗୁଁ ୪ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । ସେହିପରି ପ୍ରତି ଦୁଇ ମିନିଟରେ ଜଣେ ପିଲା ମ୍ୟାଲେରିଆ ଯୋଗୁଁ ପ୍ରାଣ ହରାଉଛି । ବିଶ୍ୱର ମୋଟ ମ୍ୟାଲେରିଆ ମୃତୁ୍ୟରୁ ଅଧାରୁ ଅଧିକ ଆଫ୍ରିକା ଓ ନାଇଜେରିଆରେ ଦେଖିବାକୁ ମିଳିଛି । ଜ୍ୱର, ମୁଣ୍ଡବିନ୍ଧା ଓ ମାଂସପେଶୀରେ ଯନ୍ତ୍ରଣା ହେଉଛି ମ୍ୟାଲେରିଆର ପ୍ରଥମ ଲକ୍ଷଣ । ବିଶେଷ କରି ଆଫ୍ରିକାର ପିଲାମାନେ ଏହି ରୋଗରେ ଅଧିକ ପ୍ରାଣ ହରାଉଛନ୍ତି । ୨୦୧୯ ମସିହାରୁ ଘାନା, କେନିଆ ଓ ମାଲାୱିରେ ଟିକାର ୨ନିୟୁତରୁ ଅଧିକ ଡୋଜ ପିଲାମାନଙ୍କୁ ଦିଆଯାଇଥିଲା । ଏହି ପରୀକ୍ଷାମୂଳକ ଟିକାକରଣରେ ସଫଳତା ମିଳିଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଅନୁମୋଦନ କରିଛି । ପ୍ରଥମେ ଫାର୍ମାସ୍ୟୁଟିକାଲ୍ସ କମ୍ପାନୀ ଜିଏସ୍‌କେ ୧୯୮୭ରେ ଏହି ଟିକା ପ୍ରସ୍ତୁତ କରିଥିଲା । ଟିକାର ପରୀକ୍ଷା ହୋଇଥିବା ଦେଶଗୁଡିକରେ ଏହାର ସକାରାତ୍ମକ ଫଳାଫଳ ମିଳିଛି ।

Comments are closed.