ରସିଆ ୟୁକ୍ରେନ୍ ଯୁଦ୍ଧ ଭିତରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କୁ ସମସ୍ତେ ପ୍ରଂଶସା କରିବାରେ ଲାଗିଛନ୍ତି । ପୁଟିନ୍ଙ୍କ ବିରୋଧରେ ତାଙ୍କ ସାହସର ପୂରା ବିଶ୍ୱ ଫ୍ୟାନ୍ ପାଲଟିଛି । ତେବେ ଯୁଦ୍ଧ କାରଣରୁ ୟୁକ୍ରେନ୍କୁ ଆର୍ଥିକ ସଙ୍କଟ ସହ ବିଭିନ୍ନ ସମସ୍ୟା ଦେଇ ଗତି କରିବାକୁ ହେଉଛି । ତେଣୁ ବିଭିନ୍ନ ଲୋକ ୟୁକ୍ରେନ୍କୁ ସହାୟତାର ହାତ ବଢାଉଛନ୍ତି ।
କିଏ ମୁ୍ୟଜିକ୍ କନସର୍ଟ କରି ପଇସା ଏକାଠି କରୁଛି ତ କିଏ ଜେଲେନ୍ସ୍କିଙ୍କ ନାଁରେ ଚା’ ବ୍ରାଣ୍ଡ୍ ଲଞ୍ଚ କରୁଛି । ସେହିଭଳି ଚେକ୍ ରିପବ୍ଲିକ୍ର ଜଣେ ଡିଜାଇନର୍ ଜେଲେନ୍ସ୍କିଙ୍କର ଫଟୋ ଥାଇ ଏକ ତକିଆ ଲଞ୍ଚ କରିଛନ୍ତି । ଏହି ତକିଆ ବିକ୍ରିରୁ ଯାହା ଲାଭ ହେବ ସେ ଅର୍ଥ ୟୁକ୍ରେନ୍କୁ ସହାୟତା ରାଶି ଭାବେ ପ୍ରଦାନ କରାଯିବ ବୋଲି ଜଣାପଡିଛି । ଏହି ସ୍ୱତନ୍ତ୍ର ତକିଆ ପାଇଁ ଜେଲେନ୍ସ୍କିଙ୍କର ଏକ ସାଦାସିଧା ଫଟୋକୁ ଚୟନ କରାଯାଇଛି ।
ବର୍ତ୍ତମାନ ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ତକିଆର ଦାମ ୫୭୦ ସିଜେଡ୍କେ ଅର୍ଥାତ ୧୯୦୦ଟଙ୍କା ରହିଛି । ଏହାକୁ ସେଠିକାର ଏକ ସାମାଜିକ ସଂସ୍ଥା ସହ ମିଶି ନିର୍ମାଣ କରାଯାଇଛି ।

Comments are closed.