ସଙ୍ଗରୋଧ କେନ୍ଦ୍ର ବୁଲି ଦେଖିଲେ ବିଧାୟକ

ସମୟ ଲାଇଭ, 8/5: ମୟୂରଭଞ୍ଜ ଜିଲ୍ଲା  ମୋରଡ଼ା ଠାରେ ଥିବା ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରସ୍ତୁତ ହୋଇଥିବା ୫୫ଶଯ୍ୟା ବିଶିଷ୍ଟ ସଙ୍ଗରୋଧ ଗୃହ ତଦାରଖ କରିଛନ୍ତି  ମୋରଡ଼ା ବିଧାୟକ ରାଜକିଶୋର ଦାସ। ଏଠାରେ ଯୋଗାଇ ଦିଆଯିବାକୁ ଥିବା ସୁବିଧା ସୁଯୋଗ ସଂପର୍କରେ ମଧ୍ୟ ସେ ପଚାରି ବୁଝିଥିଲେ । କରୋନା ସଂକ୍ରମଣ ରୋକିବା ରାଜ୍ୟ ସରକାରପାଇଁ ବ୍ୟାପକ ପଦକ୍ଷେପ ନେଇଛନ୍ତି । ତେବେ ଜନ୍ମ ମାଟିକୁ ଫେରୁଥିବା ପ୍ରବାସୀ ଓଡିଆମାନେ ନିଜନିଜ ଅଞ୍ଚଳରେ ପହଞ୍ଚିବା ପରେ ପ୍ରଥମେ ଏହି ସଙ୍ଗରୋଧ ଗୃହରେ ରହିବାର ନିୟମ କରିଛନ୍ତି ସରକାର। ଏଥିପାଇଁ ସଙ୍ଗରୋଧ ଗୃହ ସହିତ ମାଗଣାରେ ଖାଦ୍ୟ, ବିଶୁଦ୍ଧ ପାନୀୟଜଳ, ବିଦ୍ୟୁତ ସଂଯୋଗ, ଶୌଚାଳୟ, ଶଯ୍ୟା, ହାତ ଧୋଇବା ପାଇଁ ସାବୁନ ଇତ୍ୟାଦି ବ୍ୟବସ୍ଥା ଯୋଗାଇ ଦେଇଛନ୍ତି। ତେବେ ନିଜ ନିର୍ବାଚନ ମଣ୍ଡଳୀର ଗସ୍ତରେ ଆସି ପ୍ରଥମେ ଦଳୀୟ କର୍ମୀମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପରେ ସଙ୍ଗରୋଧ ଗୃହ ପରିଦର୍ଶନରେ ଯାଇଥିବା ବେଳେ ବିଜେଡି ଜିଲ୍ଲା ସଂପାଦକ ଘାସିରାମ ବେହେରା, ଯୁବନେତା ସମାଜସେବୀ ଅଞ୍ଜନ କୁମାର ନାୟକ, ଦିଲ୍ଲୀପ କୁମାର ଧଳ ଏବଂ ସତ୍ୟବାନ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।

Govt

Comments are closed.