ବାଲୁକା କଳା ମାଧ୍ୟମରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ସମୟ ଲାଇଭ,8/4: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ, ବାଉଁଶଡିହା ଗ୍ରାମର ବାଲୁକା ଶିଳ୍ପୀ ଦଶରଥ ମହାନ୍ତ, ତାଙ୍କର କଳା କୃତି ମାଧ୍ୟମ ରେ କରୋନା ଯୋଦ୍ଧାଙ୍କ ପାଇଁ ବାଲୁକା ଚିତ୍ର ମାଧ୍ୟମରେ ଉତ୍ସାହିତ  କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି | କରୋନା ମହାମାରୀ ତାର କରାଳ ରୂପ ଦେଖାଇ ମାଡି ଚାଲିଥିବା ବେଳେ ସମଗ୍ର ବିଶ୍ୱ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି | ଏ ଭଳି ସମୟ ରେ “ଲକ ଡାଉନ “ଓ ସଚେତନତା ହିଁ ଏକ ମାତ୍ର ମାଧ୍ୟମ ଯାହା ଦ୍ୱାରା ଆମେ କୋଭିଡ -19କୁ ସମ୍ପୂର୍ଣ ରୂପେ ଲୋପ କରିପାରିବା | ଏ ଭଳି ଏକ ଜଟିଳ ପରିସ୍ଥିତିରେ  ନିଜ ଜୀବନ କୁ ବାଜି ଲଗାଇ ଦିନ ରାତି ଏକ କରି ଦେଇଥିବା ଡ଼କ୍ଟର, ନର୍ସ ମେଡ଼ିଆ, ସୋସିଆଲ ୱାର୍କର , ପୋଲିସ, ମାନଂକୁ ସମ୍ମାନିତ କରିବା ତଥା ତାଙ୍କୁ ଉତ୍ସାହିତ  କରିବା ଉଦ୍ଦେଶ୍ୟରେ ମୟୁରଭଞ୍ଜ  ଜିଲ୍ଲାର ବାଲୁକା ଶିଳ୍ପୀ ଦଶରଥ ମହାନ୍ତି  ତାଙ୍କ କଳା କୃତି ମାଧ୍ୟମ ରେ ସେହି ଯୋଦ୍ଧା ମାନଂକୁ ସାନମାନିତ କରିବା ସହ ଆଦିବାସୀ ଘେରା ଠାକୁରମୁଣ୍ଡା ବ୍ଲକ ର ବାଉଁସଡିହା ଗ୍ରାମରେ ଲୋକଙ୍କୁ ସଚେତନ କରାଉଛନ୍ତି |  ଆମ ପାଇଁ ନିଜ ପରିବାର ତଥା ଜୀବନକୁ ବାଜି ଲଗାଇ କରୋନା ମୁକାବିଲା କରିବାକୁ ଆଗେଇ ଆସିଛନ୍ତି ତାଙ୍କୁ ସମର୍ଥନ କରିବା ତଥା ଉତ୍ସାହିତ କରିବା ନିତ୍ୟନ୍ତ ଜରୁରୀ ବୋଲି ଏହି ଶିଳ୍ପୀ କହିଛନ୍ତି  |

Comments are closed.