ଆମେ ପାସ୍ତାକୁ ଘରେ ପ୍ରସୂତ କରି ଖାଇ ଥାଉ I ଏଥିରେ ଆମେ ଟମାଟୋ ଓ ବିଭିନ୍ନ ପ୍ରକାର ପରିବା ମିଶାଇ କରୁ I କିନ୍ତୁ ଆପଣ ଜାଣନ୍ତି କି ଚିକେନ ପ୍ରସ୍ତୁତ ପାସ୍ତା ଖାଇବାକୁ ଖୁବ ସ୍ୱାଦ ଲାଗିଥାଏ I ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ :
ସାମଗ୍ରୀ- ଅଲିଭ୍ ଅଏଲ୍ ୧ ଚାମଚ, ବୋନ୍ଲେସ୍ ଚିକେନ୍, କଟା ପିଆଜ, କଟା ରସୁଣ, ଇଟାଲିଆନ୍ ସିଜନିଂ ୧ ଚାମଚ୍, ଚିକେନ୍ ବ୍ରୋଦ୍ ୩ କପ୍, କଟା ଟମାଟୋ, ୧ କପ୍ କ୍ରିମ୍, ପାସ୍ତା, ଚିଜ୍, ଗୋଲମରିଚ ଗୁଣ୍ଟ ଏବଂ ସ୍ୱାଦାନୁସାରେ ଲୁଣ ।
ପ୍ରଣାଳୀ- ୱାନ୍ ପଟ୍ ଚିକେନ୍ ପାସ୍ତା କରିବା ପାଇଁ ସର୍ବପ୍ରଥମେ ଗରମ୍ ପ୍ୟାନ୍ରେ ଅଲିଭ୍ ଅଏଲ୍ ପକାଇ ଏଥିରେ ଚିକେନ୍କୁ ଭଲଭାବେ ରାନ୍ଧନ୍ତୁ । ଚିକେନ୍ ଭଲଭାବେ ରାନ୍ଧିହେବା ପରେ ଏଥିରେ ଗୋଲମରିଚ ଗୁଣ୍ଡ ଏବଂ ଲୁଣ ମିଶାଇ ଗୋଳାନ୍ତୁ । ଏହାପରେ କଟା ପିଆଜ ଓ ରସୁଣ ଆଡ୍ କରନ୍ତୁ । ପିଆଜ ଲାଲ୍ ଦେଖାଗଲେ ଏଥିରେ ଇଟାଲିଆନ୍ ସିଜନିଂ, ଚିଜ୍, ଟମାଟୋ, କ୍ରିମ୍, ଚିକେନ୍ ବ୍ରୋଦ୍ ଆଦି ପକାଇ ଭଲଭାବେ ଫୁଟାନ୍ତୁ । ଏହାପରେ ପାସ୍ତା ଆଦ୍ କରନ୍ତୁ ଏବଂ ବ୍ରୋଦ୍ରେ ଏହାକୁ ବଏଲ୍ ହେବାକୁ ଦିଅନ୍ତୁ । ଆବଶ୍ୟକ ପଡିଲେ ଏକ୍ସଟ୍ରା ବ୍ରୋଦ୍ ବି ଦେଇପାରିବେ । ଏହାପରେ ଚିଜ୍ ସହିତ ଗରମ ଗରମ ୱାନ୍ ପଟ୍ ପାସ୍ତା ପରସନ୍ତୁ ।

Comments are closed.