ଛଉ ନୃତ୍ୟ କର୍ମଶାଳା ଅନୁଷ୍ଠିତ

ସମୟ ଲାଇଭ, 17/11(ରାଜ ଗୁପ୍ତା): ମୟୁରଭଞ୍ଜ ଛଉ ନୃତ୍ୟ ର ସଂରକ୍ଷଣ ଏହାର ହୃତଗୌରବ ର ପୁନଃ ଉଦ୍ଧାର ସକାଶେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିବା ପ୍ରୋଜେକ୍ଟ ଛାଉଣୀ ପକ୍ଷରୁ ମୋରଡା ବ୍ଲକ ଚିତ୍ରଡା ଠାରେ ଏକ ଛଉ ନୃତ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି |
ଚାରି ଦିନ ଧରି ଅନୁଷ୍ଠିତ ଏହି କର୍ମଶାଳାରେ ସମଗ୍ର ମୋରଡା ବ୍ଲକ ରେ ଥିବା ଛଉ ନୃତ୍ୟ ପ୍ରତିଷ୍ଠାନ ଗୁଡ଼ିକରୁ ୫୦ ରୁ ଉର୍ଦ୍ଧ ଛଉ ନୃତ୍ୟ ଶିଳ୍ପୀ ଯୋଗଦେଇଥିଲେ | ଏହି ଛଉ ନୃତ୍ୟ କର୍ମଶାଳା ର ଉଦ୍ଯାପନୀ ଉତ୍ସବରେ ମୟୁରଭଞ୍ଜ ମହାରାଣୀ ଶ୍ରୀମତୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ, ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା , ପ୍ରୋଜେକ୍ଟ ଛାଉଣୀ ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମାଟି ଶୁଭଶ୍ରୀ ମୁଖାର୍ଜୀ ପ୍ରମୁଖ ଯୋଗଦେଇଥିଲେ | ଏହି ଅବସରରେ ୫୦ ରୁ ଉର୍ଦ୍ଧ ଛଉ ନୃତ୍ୟ ଶିଳ୍ପୀ ଙ୍କୁ ସାର୍ଟିଫିକେଟ ପ୍ରଦାନ କରିବା ସହ ଶେଷରେ ଛଉ ନୃତ୍ୟ ଶିଳ୍ପୀ ମାନଙ୍କ ଦ୍ଵାରା ଛଉ ନୃତ୍ୟ ପରିବେଷଣ କରାଯାଇଥିଲା।

Launching Ceremony of “AYUSHMAN BHARAT

Comments are closed.