ନୂଆଦିଲ୍ଲୀ: ଅପ୍ରେଲ୧୮: ଆସନ୍ତା ୨୧ରେ ୨ ଦିନିଆ ଭାରତ ଆସିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍। ପ୍ରଧାନମନ୍ତ୍ରୀ ଭାବେ ଏହା ହେବ ତାଙ୍କର ପ୍ରଥମ ଗସ୍ତ । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ନିଯୁକ୍ତ ଓ ପ୍ରତିରକ୍ଷା, କୁଟନୈତିକ ଓ ଅର୍ଥନୈତିକ ଭାଗିଦାରୀ କ୍ଷେତ୍ରରେ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏପ୍ରିଲ ୨୧ରେ ବୋରିସ୍ ଜନସନ୍ ଅହମ୍ମଦାବାଦ ଗସ୍ତ କରିବେ। ସେଠାରେ କିଛି ମୁଖ୍ୟ ଶିଳ୍ପ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିବେଶ ବିଷୟରେ ସେ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।ରୁଷ-ୟୁକ୍ରେନ୍ ଯୁଦ୍ଧ ସ୍ଥିତିରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ଙ୍କ ଭାରତ ଗସ୍ତକୁ, ସେ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ବ୍ରିଟେନ୍ ଖୋଲାଖୋଲି ୟୁକ୍ରେନକୁ ସମର୍ଥନ କରିବା ସହ ଋଷ ଉପରେ କଟକଣା ଲଗାଇଥିବା ବେଳେ, ଭାରତ କିନ୍ତୁ ସମଦୂରତା ନୀତି ଆପଣାଇଛି।

Comments are closed.