ଅଷ୍ଟ୍ରେଲିଆ: ପ୍ରକୃତିର ଗର୍ଭରେ ଏପରି ଅନେକ ରହସ୍ୟମୟୀ ଏବଂ ଦୁର୍ଲଭ ଜିନିଷ ଲୁଚି ରହିଛି, ଯାହାକୁ ଦେଖି ମନୁଷ୍ୟମାନେ ଆଚମ୍ବିତ ହୋଇଥାନ୍ତି । ଅଷ୍ଟ୍ରେଲିଆର ପ୍ରାୟ ୨୦ ବର୍ଷ ପରେ ଏପରି ଏକ ବିରଳ ଅକେଫାପସ ଦେଖିବାକୁ ମିଳିିଛି । ଚଳିତ ମାସର ପ୍ରାରମ୍ଭରେ ବିଶ୍ୱର ଜଣାଶୁଣା ସାମୁଦ୍ରିକ ଜୀବବିଜ୍ଞାନୀ ଜେସିଣ୍ଟା ଶାକଲଟନ୍ ଏହି ବିରଳ ଅକ୍ଟୋପସ୍କୁ ଦେଖିବାକୁ ପାଇଥିଲେ ଏବଂ ଏହାର ଏକ ଭିଡିଓ ମଧ୍ୟ କରିଥିଲେ ।
ଅଷ୍ଟ୍ରେଲିଆର ଗ୍ରେଟ୍ ବାରିୟର ରିଫ୍ରେ ଲେଡି ଇଲିୟଟ୍ ଦ୍ୱୀପ କୂଳରେ ବୈଜ୍ଞାନିକ ଜେସିଣ୍ଟା ଏହି ବ୍ଲାଙ୍କେଟ୍ ଅକ୍ଟୋପସ୍ ଦେଖିଥିଲେ । ଏହାକୁ ଏଥିପାଇଁ ବିରଳ କୁହାଯାଏ, କାରଣ ଏହା ଶରୀରରେ ଅନେକ ରଙ୍ଗର ମିଶ୍ରଣ ଦେଖିବାକୁ ମିଳେ । ଶେଷ ଥର ପାଇଁ ୨୦୦୨ରେ ଏହା ଲୋକଲୋଚନକୁ ଆସିଥିଲା । କ୍ୱିନ୍ସଲାଣ୍ଡର ପର୍ଯ୍ୟଟନ ଏବଂ ଆୟୋଜନ ପାଇଁ କଣ୍ଟେଟ୍ କ୍ରିଏଟର ଭାବେ ଜେସିଣ୍ଟା ଶାକଲଟନ୍ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଏହି ଦୁର୍ଲଭ ଜୀବର ଭିଡିଓ ଓ କିଛି ଫଟୋ ସେୟାର କରିଥିଲେ, ଯାହା ଦେଖିବାକୁ ଅତି ସୁନ୍ଦର ।
ପୋଷ୍ଟ ସେୟାର କରିବା ମାତ୍ରେ ୟୁଜରମାନେ ଲାଇକ୍ କରିବା ସହ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ଏବଂ ଅକ୍ଟୋପସ୍ର ଫଟୋଟି ଭାଇରାଲ ହେବାରେ ଲାଗିଛି । ଏହି ଅକ୍ଟୋପସ୍ର ଲମ୍ବ ୬ ଫୁଟ ପର୍ଯ୍ୟନ୍ତ ହୋଇଥାଏ ।

Comments are closed.