ଭୁବନେଶ୍ୱର: ଜାନୁଆରୀ ୧୦: ଦିନକୁ ଦିନ କରୋନା ବଢ଼ି ଚାଲୁଛି । ଲୋକମାନଙ୍କର ଅସାବଧାନତା ଯୋଗୁଁ ଅଧିକ କରୋନା ବ୍ୟାପୁଛି । ଏଣୁ ଏବେ କରୋନା ନିୟମ ଭାଙ୍ଗିଲେ କ୍ଷମା ନାହିଁ ବୋଲି ବିଏମ୍ସି କହିଛି । ଏହାସହିିତ କରୋନା ନିୟମ ଖିଲାପ କଲେ ୫୦୦ ଟଙ୍କା ଫାଇନ୍ ଗଣିବେ ବୋଲି ବିଏମ୍ସି ପ୍ରକାଶ କରିଛି ।
କୋଭିଡ୍ର ନୂତନ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣ ବଢିବାରେ ଲାଗିଛି। ଏଥିପାଇଁ ଆମକୁ ଅଧିକ ସତର୍କ ରହିବାକୁ ପଡିବ।
ଆପଣଙ୍କ ସତର୍କତା ହିଁ ଆପଣଙ୍କୁ କରୋନା ମହାମାରୀ ଠାରୁ ସୁରକ୍ଷିତ ରଖିବ। #Omicron #COVID19 #StaySafeStayHealthy pic.twitter.com/ccebYPZPaW— BMC (@bmcbbsr) January 10, 2022
ରାଜ୍ୟରେ କରୋନା ଧୀରେ ଧୀରେ ବ୍ୟାପିଛୁ । ଏଣୁ ସର୍ବସାଧାରଣ ସ୍ଥାନରେ ୨ ମିଟର ଦୂରତା ସହିତ ଭିଡରୁ ନିବୃତ୍ତ ରହିବାକୁ ପରାମର୍ଶ ଦିଆଯାଉଛି । ଘରୁ ବାହାରିଲେ ମୁହଁରେ ସଠିକ୍ ଭାବରେ ମାସ୍କ ପିନ୍ଧିବାକୁ ବିଏମ୍ସି ସତର୍କ କରାଇଛି । ସତର୍କତା ହିଁ ଆପଣଙ୍କୁ କରୋନା ମହାମାରୀଠାରୁ ସୁରକ୍ଷିତ କରିବ ବୋଲି ବିଏମ୍ସି ଟୁଇଟର୍ ମାଧ୍ୟମରେ ସୂଚନା ଦେଇଛି ।

Comments are closed.