ସାଧାରଣତଃ ପିଲାଦିନୁ ଆମକୁ ଜଲଦି ଶୋଇ ଜଲଦି ଉଠିବାକୁ ପରାମର୍ଶ ଦିଆଯାଇଥାଏ । ହେଲେ ଧୀରେଧୀରେ ବଡ ହେବାପରେ ଏଥିରି ବ୍ୟତିକ୍ରମ ଦେଖାଯାଇଥାଏ । ଚାକିରି, ପାଠପଢା, ଘର କାମ ଆଦି କାରଣରୁ ଏଥିରେ ସମସ୍ୟା ଉପୁଜିଥାଏ । ଶୋଇବା ସହିତ ସାଧାରଣତଃ ଦୁଇଟି ଗୁରୁତ୍ୱପୂର୍ଣ୍ଣ କଥା ଯୋଡି ହୋଇ ରହିଥାଏ, ଗୋଟିଏ ହେଲା ନିଦର ପରିମାଣ ଏବଂ ଅନ୍ୟଟି ହେଲା ସମୟ । ଆମକୁ ଶାରୀରିକ ସହ ମାନସିକ ସ୍ତରରେ ସୁସ୍ଥ ରହିବାକୁ ହେଲେ ଉପଯୁକ୍ତ ପରିମାଣର ନିଦର ଆବଶ୍ୟକତା ରହିଛି । ତେବେ ନିଦ ସମୟ ବା ସ୍ଲିପ୍ ଟାଇମ୍କୁ ଠିକ କରିବାପାଇଁ ଆମକୁ କେତେକ ଉପାୟ ଅନୁକରଣ କରିବାକୁ ପଡିବ ।
– ସବୁବେଳେ ଜଲଦି ଶୋଇ ଜଲଦି ଉଠିବାକୁ କୁହାଯାଇଥାଏ । ଏହା ଆମର ଲାଇଫଷ୍ଟାଇଲ୍ ସହ ଏତେମାତ୍ରାରେ ଜଡିତ ଯେ ଆମକୁ ସୂର୍ଯ୍ୟଅସ୍ତ ପରେ ଆପେଆପେ ନିଦ ଚାଲିଆସିଥାଏ । ତେବେ ସବୁବେଳେ ନିଦର ସମୟ ସହ ପରିମାଣ ଉପରେ ଧ୍ୟାନ ଦିଅନ୍ତୁ ।
– ବିଜ୍ଞାନ ଅନୁସାରେ ଆମ ନିଦ ବ୍ରେନ୍ ଉପରେ ସବୁଠାରୁ ଅଧିକ ନିର୍ଭର କରିଥାଏ । ଜଣଙ୍କୁ ପ୍ରତି ୨୪ ଘଣ୍ଟାରେ ଦୁଇଟି ଟାଇମ୍ରେ ନିଦ ଆସିଥାଏ, ଯାହାରୁ ବିଜ୍ଞାନ ଭାଷାରେ କାର୍କିଡିଆନ୍ ରିଦିମ୍ କହିଥାଆନ୍ତି । ପ୍ରତିବ୍ୟକ୍ତିଙ୍କୁ ଭାରତୀୟ ସମୟ ଅନୁସାରେ ଦିନ ଗୋଟେରୁ ଦିନ ୩ଟା ଏବଂ ରାତି ୨ଟାରୁ ୪ଟା ମଧ୍ୟରେ ନିଦ ବେଶି ଆସିଥାଏ ।
– ବିଜ୍ଞାନ ଅନୁସାରେ ଆପଣ ଯଦି ରାତିରେ ସୁଖ ନିଦରେ ଶୋଇଥିବେ ତେବେ ଦିନରେ ଆପଣଙ୍କୁ କମ ନିଦ ଆସିବ ।
– ବୟସ ହିସାବରେ ନିଦର ପରିମାଣକୁ ମଧ୍ୟ ବଣ୍ଟା ଯାଇଛି । ୧୨ ବର୍ଷରୁ କମ ପିଲାଙ୍କ ପାଇଁ ଅଧିକ ଅର୍ଥାତ ୧୨ ଘଣ୍ଟାରୁ ଅଧିକ ନିଦର ଆବଶ୍ୟକତା ରହିଛି । ସେହିଭଳି ୧୮ରୁ ଅଧିକ ଲୋକଙ୍କ ପାଇଁ ଅତି କମରେ ୭ଘଣ୍ଟା ନିଦର ଆବଶ୍ୟକ ।

Comments are closed.