ମୁମ୍ବାଇ: ବଲିଉଡ୍ ଅଭିନେତା ଅର୍ଜୁନ କପୁର ତାଙ୍କର ଆଗାମୀ ଫିଲ୍ମ ‘ଦ ଲେଡି କିଲର୍’ର ଘୋଷଣା କରିଛନ୍ତି । ପ୍ରସିଦ୍ଧ ନିର୍ଦ୍ଦେଶକ ଅଜୟ ବହଲ ଏହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ । ଅଭିନେତା ଅର୍ଜୁନ ନିଜେ ଫିଲ୍ମର ଫାଷ୍ଟ୍ ଲୁକ୍ର ପୋଷ୍ଟର୍ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫିଲ୍ମଟି ଥ୍ରୀଲର୍, ରୋମାନ୍ସ, ଇମୋଶନ ଏବଂ ସସ୍ପେନ୍ସରେ ଭରପୂର ରହିଛି । ଏଥିରେ ଅର୍ଜୁନ କପୁର ଏକ ଛୋଟ ସହରରେ ପ୍ଲେ ବୟ ଭୂମିକାରେ ଅଭିନୟ କରୁଛନ୍ତି । ଦ ଲେଡି କିଲର ଫିଲ୍ମ ରୋମାଞ୍ଚକର ପ୍ରେମ କାହାଣୀ ଉପରେ ଆଧାରିତ ହୋଇଛି । ଏପର୍ଯ୍ୟନ୍ତ ତାଙ୍କର ସବୁଠୁ ଉଚ୍ଚାଭିଳାଷୀ ଫିଲ୍ମ ବୋଲି ଅର୍ଜୁନ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ଏହାସହ ଯେତେବେଳେ ଫିଲ୍ମର ସ୍କ୍ରିଫଫ ଦେଖିଥିଲେ ସେ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଫିଲ୍ମର ସ୍କ୍ରିଫଫ ବହୁତ ପସନ୍ଦ ଆସିଥିଲା ଏବଂ ତୁରନ୍ତ ପଢ଼ିବା ଆରମ୍ଭ କରିଦେଇଥିଲେ । ଭୂଷଣ କୁମାର, ଶୈଲେଶ ଏବଂ ନିର୍ଦ୍ଦେଶକ ଅଜୟ ବହଲଙ୍କ ସହ କାମ କରିବାକୁ ନେଇ ଉତ୍ସାହିତ ଅଛନ୍ତି । ଫିଲ୍ମ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିବା ସହ ଏହା ତାଙ୍କ ପାଇଁ ଚ୍ୟାଲେଞ୍ଜିଂ ରୋଲ ହେବ ବୋଲି ଅର୍ଜୁନ କହିଛନ୍ତି । ଶେଷ ଥର ପାଇଁ ଅର୍ଜୁନ ଫିଲ୍ମ ଭୂତ ପୋଲିସରେ କାମ କରିଥିଲେ । ଏଥିରେ ତାଙ୍କ ସହ ଲିଡ୍ ରୋଲ୍ରେ ସୈଫ୍ ଅଲ୍ଲୀ ଖାନ, ଜ୍ୟାକଲିନ ଫର୍ଣ୍ଣାଡିସ୍ ଏବଂ ୟାମୀ ଗୌତମ ଅଭିନୟ କରିଥିଲେ । ଦ ଲେଡି କିଲର୍ ବ୍ୟତୀତ ଅର୍ଜୁନ କପୁର ଖୁବଶୀଘ୍ର ଏକ ଭିଲେନ୍- ୨ରେ ନଜର ଆସିବେ ।

Comments are closed.